ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲା : ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ

Advertisment
ମରାଠା ସଂପ୍ରଦାୟଙ୍କୁ ସଂରକ୍ଷଣ ବ୍ୟବସ୍ଥା ରାୟରେ ଓଡ଼ିଶାର ୨ଟି ପ୍ରସଙ୍ଗ ଉଲ୍ଲେଖ

Lokmat

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ କାଉଣ୍ଟର୍‌ ଆଫିଡିଭିଟ୍‌ ବା ଜବାବୀ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ରାଜେଶ କୁମାର ଗୋଏଲଙ୍କ କୋର୍ଟରେ ଆଜି ଏହି ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି।

ଗତମାସ ୧୩ ତାରିଖରେ ପରୀର ମାଆ ସୌଦାମିନୀ ସାହୁ ସିବିଆଇ ତଦନ୍ତ ଦାବି‌ କରି ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ। ଏହି ପିଟିସନ୍‌ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍‌ ପ୍ରଦାନ କରିଥିଲେ। କିନ୍ତୁ, ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ କରାଯାଇନଥିଲା। ଫଳରେ, ଆଜି ରେଜିଷ୍ଟ୍ରାର୍‌ଙ୍କ କୋର୍ଟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବା ପାଇଁ ସମୟ ଲୋଡ଼ାଯାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ସମୟ ପ୍ରଦାନ କରାଯାଇଛି। ରେଜିଷ୍ଟ୍ରାର୍‌ଙ୍କ କୋର୍ଟରେ ମାମଲା ସମ୍ପର୍କିତ ପ୍ଲିଡିଂ (ସମସ୍ତ ପ୍ରକାର ନଥିପତ୍ର ଦ‌ାଖଲ) ଶେଷ ହେବାପରେ ଖୋଲା କୋର୍ଟରେ ଏହାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯିବ। ଆସନ୍ତା ୫ ତାରିଖରେ ରେଜିଷ୍ଟ୍ରାର୍‌ଙ୍କ କୋର୍ଟରେ ମାମଲାକୁ ତାଲିକାଭୁକ୍ତ କରାଯିବ ‌ବୋଲି ଜଣାପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ ‌ଯେ, ସତ୍ୟପାଠରେ ପରୀର ମାଆ ଝିଅର ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ କରିବାରେ ନୟାଗଡ଼ ପୋଲିସ, କ୍ରାଇମ୍‌ବ୍ରାଞ୍ଚ ଓ ଏସ୍‌ଆଇଟି ବିଫଳ ହୋଇଥିବା ଦର୍ଶାଇଥିଲେ। ଏଥିସହିତ, ଓଡ଼ିଶାରେ ପ୍ରତିଦିନ ଶିଶୁ ନିଖୋଜ ହେଉଥିବାରୁ ସୁପିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe