ଗ୍ରାଜୁଏସନ ପାଠ୍ୟକ୍ରମରେ ପରିବେଶ ବିଜ୍ଞାନ ବାଧ୍ୟତାମୂଳକ

Advertisment
ଗ୍ରାଜୁଏସନ ପାଠ୍ୟକ୍ରମରେ ପରିବେଶ ବିଜ୍ଞାନ ବାଧ୍ୟତାମୂଳକ

YouTube

ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ପାଇଁ ବିଶ୍ବବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ସ୍ନାତକ (ଗ୍ରାଜୁଏସନ୍)ରେ ପରିବେଶ ବିଜ୍ଞାନ ଅଧ୍ୟୟନକୁ ବାଧ୍ୟତାମୂଳକ କରାଯାଇଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)୨୦୧୯-୨୦ ଶିକ୍ଷା ବର୍ଷରେ ଏହି ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ୟୁଜିସି ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା କଳା, ବିଜ୍ଞାନ, ବାଣିଜ୍ୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ସମେତ ଅନ୍ୟ ସ୍ନାତକ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରିବେଶ ବିଜ୍ଞାନ ଅଧ୍ୟୟନ ଅନିବାର୍ଯ୍ୟ ହେବ। ଓଡ଼ିଶା ସମେତ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କ କୁଳପତି ମାନଙ୍କୁ ୟୁଜିସି ସଚିବ ପ୍ରଫେସର ରଜନିଶ ଜୈନଙ୍କ ଦ୍ବାରା ଏନେଇ ପତ୍ର ଲେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe