ପରୀକ୍ଷା ପେ ଚର୍ଚ୍ଚା: ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବାର ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ପରୀକ୍ଷା ପେ ଚର୍ଚ୍ଚା: ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବାର ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

Times of India

ନୂଆଦିଲ୍ଲୀ: ଆଜି ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପରୀକ୍ଷା ପେ ଚର୍ଚ୍ଚା ଏକ ଶିକ୍ଷାଗତ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ଦେଶର ବିଭିନ୍ନ କୋଣରୁ ଛାତ୍ରଛାତ୍ରୀ, ସେମାନଙ୍କ ମାତାପିତା ଏବଂ ଶିକ୍ଷକ-ଶିକ୍ଷୟତ୍ରୀ ସାମିଲ ହୋଇଥାନ୍ତି। କରୋନା କାରଣରୁ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଭର୍ଚୁଆଲି ହୋଇଥିବା ବେଳେ ନେମୋ ଆପ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଛାତ୍ରଛାତ୍ରୀ। ପରୀକ୍ଷା ସମୟରେ ମନରେ ଆସୁଥିବା ଡରକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜୀବନ ବୁଝିବା ପାଇଁ ପରୀକ୍ଷା କେବଳ ଏକ ସୁଯୋଗ। ବାସ୍ତବରେ, ଆମେ ସବୁବେଳେ ଏହିପରି ସୁଯୋଗ ଖୋଜିବା ଉଚିତ୍।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥି‌ଲା ଯେ, ଡର ଲାଗୁଥିବା ବିଷୟକୁ କିପରି ସାମ୍ନା କରାଯିବା ଉଚିତ? ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସ୍ତ ବିଷୟକୁ ସମାନ ସମୟ ଦିଅ। ସାଧାରଣତଃ କୁହାଯାଏ, ଯାହା ସହଜ ତାହା କର। ତଥାପି, ଅଧ୍ୟୟନ ପାଇଁ ଏହା ଉପଯୁକ୍ତ ନୁହେଁ। ତେଣୁ, ଆପଣ କଠିନ ବିଷୟଗୁଡ଼ିକୁ ପ୍ରଥମେ ପଢ଼ିବା ସହ ପରେ ସହଜ ବିଷୟଗୁଡ଼ିକୁ ପଢ଼ନ୍ତୁ।

 pariksha pe charcha, pariksha pe charcha 2021, indiatoday

ଖାଲି ସମୟକୁ କିଭଳି ଅତିବାହିତ କରିବା ଦରକାର ସେ ବିଷୟରେ ପଚରାଯିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ, ପରିବାର ସହିତ ସମୟ ବିତାଇବା ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବା ଉଚିତ୍। ଖାଲି ସମୟରେ ଆପଣଙ୍କ ଭାବନାକୁ ପ୍ରକାଶ କରିବା ପାଇଁ ଏକ ସୃଜନଶୀଳ ପନ୍ଥା ଖୋଜ। ଏପରି କାର୍ଯ୍ୟ କର ଯାହା ତୁମ ମନରେ ଉତ୍ସୁକତା ବଢ଼ାଇବ।

ତେବେ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମନରେ କୌଣସି କଥାକୁ ନେଇ ଭୟ ସୃଷ୍ଟି ନକରାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଶ୍ନ ଉତ୍ତର ନଭୁଲିବା ପାଇଁ କ’ଣ କରିବା ଦରକାର ବୋଲି ଜଣେ ଛାତ୍ର ପ୍ରଶ୍ନ କରିଥିବା ବେଳେ ଉତ୍ତ‌ରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିଜ ମନକୁ ଶାନ୍ତ କରନ୍ତୁ। ଚାପ ଦିଅନ୍ତୁ ନାହିଁ। ଚାପକୁ ପରୀକ୍ଷା ହଲରୁ ଦୂରରେ ରଖନ୍ତୁ। ସବୁକିଛି ସ୍ମରଣ କରିବା ପାଇଁ ତୁମ ପାଖରେ ସମସ୍ତ ଶକ୍ତି ଅଛି। ଭାବ ନାହିଁ ଯେ ତୁମେ ଜିନିଷଗୁଡ଼ିକୁ ସ୍ମରଣ କରିପାରିବ ନାହିଁ। ଯଦି ତୁମେ ସେହି ମୁହୂର୍ତ୍ତ ସହ ସମ୍ପୁର୍ଣ୍ଣ ଜଡିତ ତେବେ ତୁମେ ଜିନିଷଗୁଡ଼ିକୁ ମନେ ରଖିପାରିବ। ଯଦି ପାଠ ପଢ଼ିବା ସମୟରେ ଆପଣମାନେ ସାଙ୍ଗମାନଙ୍କ କଥା ଭାବୁଥିବେ, ତେବେ ସ୍ମରଣ କରିବାକୁ କଷ୍ଟ ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe