ପରୀକ୍ଷା ପେ ଚର୍ଚ୍ଚା: ଢେଙ୍କାନାଳ ଛାତ୍ରୀଙ୍କ ମତାମତକୁ ସେୟାର୍‌ କଲେ ପ୍ରଧାନମନ୍ତ୍ରୀ

Advertisment
‘ଖାତା ବନ୍ଦ..’: ଖଡ଼ଗେଙ୍କ ମନ୍ତବ୍ୟର ଉତ୍ତରରେ କହିଲେ ମୋଦୀ

India TV News

ନୂଆଦିଲ୍ଲୀ : ‘ପରୀକ୍ଷା ପେ ଚର୍ଚ୍ଚା’- ୨୦୨୩ ଆୟୋଜନକୁ ନେଇ ଜବାହର ନବୋଦୟ ବିଦ୍ୟାଳୟ (ଜେଏନ୍‌ଭି) ଢେଙ୍କାନାଳ ଛାତ୍ରୀ କୁମାରୀ ଶିବାଙ୍ଗୀଙ୍କ ମତାମତକୁ ଟୁଇଟ୍‌ କରି ସେୟାର୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ପରୀକ୍ଷା ଅବସାଦକୁ ଦୂର କରିବା ସମ୍ବନ୍ଧୀୟ ଅନେକ ଗୁରୁ୍ତ୍ବପୁର୍ଣ୍ଣ ଅନ୍ତର୍ଦୃଷ୍ଟି ପରୀକ୍ଷା ଯୋଦ୍ଧାଙ୍କ ପାଖରୁ ମିଳୁଛି। ସମଗ୍ର ଭାରତ ବର୍ଷରୁ ମୋତେ ପରୀକ୍ଷା ଯୋଦ୍ଧାଙ୍କ ନିକଟରୁ ମିଳୁଥିବା ମତାମତ ଏବଂ ସେମାନଙ୍କ ସକ୍ରିୟ ଯୋଗଦାନକୁ ନେଇ ମୁଁ ପ୍ରସନ୍ନତା ବ୍ୟକ୍ତ କରୁଛି ‌ବୋଲି ଶ୍ରୀ ମୋଦୀ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

ଶିବାଙ୍ଗୀ ପରୀକ୍ଷା ପେ ଚର୍ଚ୍ଚା ଉପରେ ନିଜର ମତାମତ ରଖି କହିଥିଲେ ଯେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ଉତ୍ତମ ପ୍ରୟାସ। ଯାହା ଜରିଆରେ ମାତାପିତା, ଶିକ୍ଷକ ଏବଂ ବିଦ୍ୟାର୍ଥୀ ସେମାନଙ୍କ ମତାମତକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥାନ୍ତି। ପ୍ରଧାନମନ୍ତ୍ରୀ ମତାମତକୁ ଶୁଣି ଉଚିତ ପରାମର୍ଶ ଦେବା ସହିତ ଉତ୍ସାହିତ କରିଥାନ୍ତି। ଆମେ ସମସ୍ତେ ଜାଣିଛେ ଯେ ପରୀକ୍ଷା ଖୁବ୍‌ ନିକଟତର ‌ହୋଇଆସୁଛି। ଏଥିରେ ଆମକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ବରଂ ଏହାର ଦୃଢ଼ ମୁକାବିଲା କରିବାକୁ ପଡ଼ିବ। ଯଦି ଆମର ପାଠ୍ୟକ୍ରମ ଶେଷ ହୋଇନାହିଁ ଏହାକୁ ଉଚିତ ସମୟ ମଧ୍ୟରେ ସାରିବାକୁ ପଡ଼ିବ। ଯାହା ଦ୍ବାରା ଆମର ପରୀକ୍ଷା ଫଳ ଭଲ ରହିବ ବୋଲି ଶିବାଙ୍ଗୀ ଟୁଇଟ୍‌ ଜରିଆରେ ପରୀକ୍ଷା ପେ ଚର୍ଚ୍ଚା ଉପରେ ନିଜର ମତ ରଖିଥିଲେ। ଚଳିତ ମାସ ୨୭ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe