ତୁମେ ଏତେ ସୁଦ୍ଧ ହିନ୍ଦୀ କିପରି କହିପାରୁଛ: ଛାତ୍ରୀଙ୍କୁ ପଚାରିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହାର ‘ପରୀକ୍ଷା ପେ ଚର୍ଚ୍ଚା’ରେ ଜଣେ କେରଳୀ ଛାତ୍ରୀଙ୍କ ହିନ୍ଦୀ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତୁମେ ଏତେ ସୁଦ୍ଧ ହିନ୍ଦୀ କିପରି କହୁଛ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।

pm modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହାର ‘ପରୀକ୍ଷା ପେ ଚର୍ଚ୍ଚା’ରେ ଜଣେ କେରଳୀ ଛାତ୍ରୀଙ୍କ ହିନ୍ଦୀ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଯେତେବେଳେ କେରଳର ଜଣେ ଛାତ୍ରୀ ମୋଦୀଙ୍କୁ ଅଭିବାଦନ ଜଣାଇବା ବେଳେ ସୁଦ୍ଧ ହିନ୍ଦୀ ଭାଷାରେ କଥା ହୋଇଥିଲେ ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପ୍ରଧାନମନ୍ତ୍ରୀ। 

ଛାତ୍ରୀ ଜଣଙ୍କ ନାମ ଆକାଂକ୍ଷା। ମୋଦୀ ଯେତେବେଳେ ତାଙ୍କୁ ପଚାରିଲେ କି ତୁମେ ଏତେ ସୁନ୍ଦର ହିନ୍ଦୀ କିପରି କହିପାରୁଛ ତ ସେ ଉତ୍ତର ଦେଲେ "ମୁଁ ହିନ୍ଦୀକୁ ବହୁତ ପସନ୍ଦ କରେ’’। ଏହା ଛଡ଼ା ସେ ହିନ୍ଦୀ କବିତା ବି ଲେଖିଛନ୍ତି ବୋଲି ମୋଦୀଙ୍କୁ କହିଛନ୍ତି। 

ତା’ପରେ ଆକାଂକ୍ଷା ଲେଖିଥିବା କବିତାର କିଛି ପଂକ୍ତିଗୁଡ଼ିକ ମୋଦୀଙ୍କୁ ଶୁଣାଇଲେ। ଯାହାକୁ ଶୁଣିବା ପରେ ପ୍ରଧାନମନ୍ତ୍ରୀ ଖୁବ୍ ଖୁସି ହୋଇଗଲେ। ଆପଣ ଜାଣନ୍ତି ନିଶ୍ଚୟ ଯେ ଉତ୍ତର ଭାରତରେ ହିନ୍ଦୀ ହେଉଛି କଥିତ ଭାଷା। 

ତେବେ ଏହା ଥିଲା ‘ପରୀକ୍ଷା ପେ ଚର୍ଚ୍ଚା’ର ଅଷ୍ଟମ ସଂସ୍କରଣ। ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ଏବଂ ସେମାନଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବାରେ ସାହାଯ୍ୟ କରିବା ଏବଂ ସେମାନଙ୍କର ପ୍ରସ୍ତୁତିକୁ ପ୍ରୋତ୍ସାହନା ଦେବା ଉଦ୍ଦେଶ୍ୟରେ ମୋଦୀ ଏପରି କରି ଆସୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe