ରାଘବଙ୍କ ସହ ବିବାହ ଖବର ଉପରେ ପ୍ରଶ୍ନ କରାଯିବାରୁ ଲାଜେଇ ଗଲେ ପରିଣୀତି, ଭାଇରାଲ ହେଉଛି ଭିଡିଓ

Advertisment
ରାଘବଙ୍କ ସହ ବିବାହ ଖବର ଉପରେ ପ୍ରଶ୍ନ କରାଯିବାରୁ ଲାଜେଇ ଗଲେ ପରିଣୀତି, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା, ଆପ୍‌ ‌‌ନେତା ରାଘବ ଚଢ଼ାଙ୍କ ସହ ନଜର ଆସିବା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହା ପରେ କୁହାଯାଇଥିଲା ଯେ ଦୁହେଁ ଖୁବ ଶୀଘ୍ର ବିବାହ କରିବେ। ମଙ୍ଗଳବାର ଆପ୍ ସାଂସଦ ସଞ୍ଜୀବ ଆରୋରା ଟ୍ବିଟ କରି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ପରେ ହେଉଥିବା ଚର୍ଚ୍ଚା ସତ ବୋଲି ପ୍ରମାଣ ହୋଇଥିଲା। ତେବ‌େ ଅନ୍ୟମାନେ ଶୁଭେଚ୍ଛା ଜଣାଉଥିଲେ ବି ଏପର୍ଯ୍ୟନ୍ତ ରାଘବ ଓ ପରିଣୀତି ବିବାହ ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାଘବଙ୍କ ସହ ବିବାହ ଖବର ବିଷୟରେ ପଚରାଯିବାରୁ ଲାଜେଇ ଯାଉଛନ୍ତି ପରିଣୀତି। ଭିଡିଓ‌ରେ ଅଭିନେତ୍ରୀ ଏକ କଳା ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ନିଜ କାର୍ ଆଡକୁ ଆସୁଛନ୍ତି। ଏହି ସମୟରେ ଫଟୋ ସାମ୍ବାଦିକମାନେ ପ୍ରଶ୍ନ କରୁଛନ୍ତି, ମ୍ୟାଡମ୍ ଯାହା ଖବର ଆସୁଛି, ତାହା ସତ କି? ଏହା ଶୁଣି ପରିଣୀତି ଲାଜେଇ ଯିବା ସହ ଆଗକୁ ଚାଲିଯାଉଛନ୍ତି। ଏହି ପ୍ରଶ୍ନ ଶୁଣି ସେ କେବଳ ହସିଥିବା ବେଳେ କିଛି କହିନଥିବା ଦେଖାଯାଇଛି।

ତେବେ ମଙ୍ଗଳବାର ସଞ୍ଜୀବ ଆରୋରା ଟ୍ବିଟରେ ରାଘବ-ପରିଣୀତିଙ୍କ ଫଟୋ ସେୟାର କରି ଲେଖିଥିଲେ ଯେ, ମୁଁ ରାଘବ ଚଢ଼ା ଏବଂ ପରିଣୀତି ଚୋପ୍ରାଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ମୋର ଶୁଭେଚ୍ଛା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe