ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ ହେଲେ ଅମିତ ରୋହିଦାସ

Advertisment
ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ ହେଲେ ଅମିତ ରୋହିଦାସ

ନୂଆଦିଲ୍ଳୀ: ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌ରେ ଭାରତ ଓ ଲକ୍ଷ୍ୟ ସେନ୍‌ଙ୍କ ପ୍ରଥମ ସ୍ବର୍ଣ୍ଣ ଆଶା ମଉଳି ଯିବା ପରେ ଏବେ ଭାରତୀୟ ହକି ଟିମକୁ ଲାଗିଛି ବଡ଼ ଝଟକା । କାରଣ ସେମିଫାଇନାଲରେ ଖେଳିପାରିବେନି ପ୍ରମୁଖ ହକି ଖେଳାଳି ଅମିତ ରୋହିଦାସ । ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ ହକି ଟୁର୍ଣ୍ଣାମେଣ୍ଟରେ ଅମିତ ରୋହିଦାସଙ୍କୁ ମ୍ୟାଚ୍ ପାଇଁ ନିଷିଦ୍ଧ କରାଯାଇଛି ଏବଂ ମଙ୍ଗଳବାର ଜର୍ମାନୀ ବିପକ୍ଷ ଭାରତ ସେମିଫାଇନାଲ୍ ମ୍ୟାଚରେ ସେ ଖେଳିପାରିବେ ନାହିଁ।

ରବିବାର ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ଭାରତୀୟ ହକି ଦଳର କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିବା ପରେ ଏହି ନିଷେଦ୍ଧାଦେଶ ଜାରି କରାଯାଇଛି। ଏଫଆଇଏଚ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଅଗଷ୍ଟ ୪ରେ ଭାରତ-ଗ୍ରେଟ୍ ବ୍ରିଟେନ୍ ମ୍ୟାଚ୍ ସମୟରେ ଏଫଆଇଏଚ୍ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଛି। ”

ଏହି ନିଲମ୍ବନ ମ୍ୟାଚ୍ ନମ୍ବର ୩୫ (ଜର୍ମାନୀ ବିପକ୍ଷ ଭାରତର ସେମିଫାଇନାଲ୍ ମ୍ୟାଚ୍)କୁ ପ୍ରଭାବିତ କରିବ, ଯେଉଁଠାରେ ଅମିତ ରୋହିଦାସ ଖେଳିପାରିବେ ନାହିଁ ଯେଉଁଥିରେ ଭାରତ ୧୫ ଜଣିଆ ଦଳ ସହ ଖେଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe