ପ୍ୟାରିସ ଅଲିମ୍ପିକ୍ସରେ ଖେଳ ଶେଷ ପରେ ଅଚେତ ହୋଇପଡ଼ିଲେ ସନ୍ତରଣକାରୀ

ପ୍ୟାରିସ ଅଲିମ୍ପିକ୍ସରେ ଖେଳ ଶେଷ ପରେ ଅଚେତ ହୋଇପଡ଼ିଲେ ସନ୍ତରଣକାରୀ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଜୁଲାଇ ୨୬ତାରିଖରୁ ଆରମ୍ଭ ହୋଇଯାଇଛି। ଖେଳର ଏହି ମହାକୁମ୍ଭରେ ଦେଶବିଦେଶର ଅନେକ ଷ୍ଟାର ଖେଳାଳି  ଭାଗ ନେଇଛନ୍ତି। ଜୁଲାଇ ୨୮ ତାରିଖରେ ୧୦୦ମିଟର ବ୍ରେଷ୍ଟ ଷ୍ଟ୍ରୋକ ଇଭେଣ୍ଟରେ ବ୍ରିଟିଶ ସନ୍ତରଣକାରୀ ଆଡାମ ପିଟ ପଦକ ଜିତିବାର ପରଦିନ କରୋନା ପଜିଟିଭ ହୋଇଥିବା ଖବର ମିଳିଥିଲା।

ଶୁକ୍ରବ‌ାର ପ୍ୟାରିସ ଅଲିମ୍ପିକ୍ସରେ ସ୍ଲୋଭାକିଆର ସନ୍ତରଣକାରୀ ତମାରା ପୋଟୋକା ଖେଳ ଶେଷପରେ ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରୀଦଳ ତାଙ୍କ ମୁହଁରେ ଅକ୍ସିଜେନ ମାସ୍କ ଲଗାଇ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ତମାରାଙ୍କ କୋଚ କହିଛନ୍ତି, ପୋଟୋକା ଖେଳ ଆରମ୍ଭ ପୂର୍ବରୁ ଓ ପାଣି ଭିତରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲେ। ପାଣି ଭିତରୁ ବାହାରକୁ ଆସିବା ସମୟରେ ସେ ହଠାତ ଅଚେତ ହୋଇପଡ଼ିଥିଲେ। ତେବେ ତମାରା କାହିଁକି ଏପରି ଅଚେତ ହୋଇପଡ଼ିଥିଲେ ତାହା ଡାକ୍ତର ଚିକିତ୍ସା କରିବା ପରେ ହିଁ ଜଣାପଡ଼ିବ।

ପୋଟାକା ୨ମିନିଟ ୧୪.୨୦ ସେକେଣ୍ଡ ସମୟରେ ‌ନିଜର ହିଟରେ ସପ୍ତମ ସ୍ଥାନରେ ରହିଛନ୍ତି। ସନ୍ତରଣକାରୀ ତମାରା ପୋଟୋକା ଜଣେ ଷ୍ଟାର ଖେଳାଳି ଭାବେ ବେଶ ଜଣାଶୁଣା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe