ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଖେଳାଳିଙ୍କୁ କପିଲ ଦେଲେ ଏଭଳି ପରାମର୍ଶ

Advertisment
ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଖେଳାଳିଙ୍କୁ କପିଲ ଦେଲେ ଏଭଳି ପରାମର୍ଶ

ନୂଆଦିଲ୍ଲୀ: ପ୍ୟାରିସରେ ଜୁଲାଇ ୨୬ ତାରିଖରୁ ଅଲିମ୍ପିକ୍ସ ଖେଳ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ସରି ସାରିଛି। ଦୁନିଆର ବିଭିନ୍ନ ଦେଶର ଖେଳାଳିମାନେ ଏହି କୁମ୍ଭ କ୍ରୀଡାରେ ଅଂଶଗ୍ରହଣ କରିବେ।

ଏହି କ୍ରମରେ କ୍ରିକେଟ ଖେଳର ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ ଗତବୁଧବାର ଭାରତୀୟ ଖେଳାଳିଙ୍କୁ କିଛି ପରାମର୍ଶ ଦେଇଛନ୍ତି। କପିଲ ଦେବ ପ୍ୟାରିସରେ ହେବାକୁ ଯାଉଥିବା ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିମାନଙ୍କୁ ନିର୍ଭୟରେ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭାରତ ପଦକ ତାଲିକାରେ ଦୁଇଅଙ୍କରେ ପହଞ୍ଚିବ ବୋଲି ଆଶା ପ୍ରକଟ କରିଛନ୍ତି।’

ଜୁଲାଇ ୨୬ରୁ ଆରମ୍ଭ ହେବ‌ାକୁ ଯାଉଥିବା ଆସନ୍ତା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଖେଳାଳିଙ୍କ ୧୧୭ଟି ଦଳ ପଠାଇଛି । ଦେଶ ସେମାନଙ୍କଠାରୁ ଭଲ ପ୍ରଦର୍ଶନର ଆଶା ରଖିଛି।

ଟ୍ରିନିଟି ଗଲ୍ଫ ଚାମ୍ପିଅନ୍ସ ଲିଗ୍ (ଟିଜିସିଏଲ)ର ଦ୍ୱିତୀୟ ସଂସ୍କରଣର ଉଦଘାଟନୀ ସମାରୋହରେ କପିଲ ଦେବ କହିଛନ୍ତି, ‘ମୁଁ ପ୍ରକୃତରେ କାହା ପାଇଁ କିଛି କହି ପାରିବି ନାହିଁ, କିନ୍ତୁ ମୁଁ ସେହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପାରିବି ଏବଂ ଆଶା କରିପାରିବି କି  ଆମେ ଚଳିତ ବର୍ଷ ଅଧିକ ପଦକ ଜିତିବୁ। ଭାରତୀୟ ଆଥଲେଟ୍ସଙ୍କୁ ମୋର ପରାମର୍ଶ କି ସମସ୍ତ ଖେଳାଳି ଆଗକୁ ଆସି ନିଜକୁ ପ୍ରମାଣ କରନ୍ତୁ।’

ଏହି କ୍ରମରେ ପୂର୍ବତନ କ୍ରିକେଟର ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କ ବିଷୟରେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। କପିଲ କହିଛନ୍ତି, "ଯଦି ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ସମ୍ଭାଳୁଛନ୍ତି ତେବେ ମୁଁ ତାଙ୍କୁ ଏବଂ ଦଳକୁ ଶୁଭେଚ୍ଛା ଜଣାଉଛି। ମୁଁ ଆଶା କରୁଛି ସେମାନେ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବେ। ମୁଁ ଭାରତୀୟ ଖେଳାଳିଙ୍କୁ ଶୁଭକାମନା ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe