ଅଲମ୍ପିକ୍ସ ଖେଳ: ବିବାଦ ଦେଖା ଦେବାପରେ ସିନ ନଦୀକୁ ଡେଇଁ ଲୋକଙ୍କ ମୁହଁ ଚୁପ କରାଇଦେଇଛନ୍ତି ମେୟର

Advertisment
ଅଲମ୍ପିକ୍ସ ଖେଳ: ବିବାଦ ଦେଖା ଦେବାପରେ ସିନ ନଦୀକୁ ଡେଇଁ ଲୋକଙ୍କ ମୁହଁ ଚୁପ କରାଇଦେଇଛନ୍ତି ମେୟର

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ ତାରିଖରୁ ଅଲମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଦୁନିଆର ବିଭିନ୍ନ ଦେଶର ଖେଳାଳିମାନେ ଏହି କୁମ୍ଭ କ୍ରୀଡାରେ ଅଂଶଗ୍ରହଣ କରିବା ପାଇଁ ନିଜନିଜ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ଏହି କ୍ରମରେ ପ୍ୟାରିସରେ ଥିବା ସିନ ନଦୀକୁ ନେଇ ବିବାଦ ଦେଖା ଦେଇଛି। ଏହି ନଦୀ ପ୍ରାୟ ୧୦୦ବର୍ଷ ହେବ ଅପରିଷ୍କାର ହୋଇପଡ଼ିଥିବା କୁହାଯାଉଛି।  ଏଭଳି ପରିସ୍ଥିତିରେ ସିନ ନଦୀରେ ଅଲିମ୍ପିକ୍ସ ସହିତ ଜଡ଼ିତ ଖେଳ କିଭଳି ଖେଳାଯିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ଅଲିମ୍ପିକ୍ସ ପାଇଁ ସିନ ନଦକୁ ୧୨.୫୪କୋଟି ଟଙ୍କା ଖର୍ଚ୍ଚ କରି ସଫା କରାଯାଇଛି। ଏହା ସତ୍ତ୍ବେ ବି କିଛିଲୋକ ଏହି ନଦୀକୁ ଅପରିଷ୍କାର କହି ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ସିନ ନଦୀ ଅଲିମ୍ପିକ୍ସ ଖେଳ ପାଇଁ ଉପଯୁକ୍ତ ନୁହେଁ। କାରଣ ଏହା ଅପରିଷ୍କାର ରହିଛି। ଏହି ଅପରିଷ୍କାର ନଦୀରେ ଖେଳାଳିମାନେ କିଭଳି ନିଜର ଖେଳ ପ୍ରଦର୍ଶନ କରିପାରି‌ବେ।

ଏହି ବିବାଦ ମଧ୍ୟରେ ପ୍ୟାରିସର ମେୟର ସିନ ନଦୀକୁ ଡେଇଁ ଅନେକ ସମୟ ପର୍ଯ୍ୟନ୍ତ ପହଁରିଥିଲେ। ଏଭଳି କାମ କରି ସେ ସମସ୍ତ ସମାଲୋଚକଙ୍କ ମୁହଁ ଚୁପ କରି ଦେଇଛନ୍ତି।

ସିନ ନଦୀକୁ ଡେଇଁ ପଡ଼ିବା ସମୟରେ ପ୍ୟାରିସ ମେୟରଙ୍କ ସାଙ୍ଗରେ ୭ଟି ସୁରକ୍ଷା ଡଙ୍ଗା ମହଜୁଦ ଥିଲା।  ଏଥିସହିତ ଆଉ କିଛି ପ୍ରଶିକ୍ଷଣପ୍ରାପ୍ତ ପହଁରାଳି ବି ମେୟରଙ୍କ ସହିତ ସାମିଲ ଥିଲେ। ପହଁରିବା ସମୟରେ ଯଦି କିଛି ଅଘଟଣ ଘଟିଥାଆନ୍ତା ସେମାନେ ମେୟରଙ୍କୁ ନଦୀରୁ ତୁରନ୍ତ ଉଦ୍ଧାର କରିଥାଆନ୍ତେ। କିନ୍ତୁ ସେମିତି କିଛି ଘଟିଲା ନାହିଁ ମେୟର ଅନେକ ସମୟ ସିନ ନଦୀରେ ପହଁରିବା ପରେ ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe