Photo Courtesy of India Today
ତେହରାନ୍: ଏୟାର୍ ଫ୍ରାନ୍ସ୍ର ଅତିରିକ୍ତ ସେବା ଦ୍ୱାରା ପରିଚାଳିତ ଏକ ଯାତ୍ରୀବାହୀ ଜେଟ୍ ବିମାନ ବୁଧବାର ଦିନ ଇରାନ୍ରେ ଜରୁରୀ ଅବତରଣ କରି କେତେ ଘଣ୍ଟା ରହିବା ପରେ ଦୁବାଇ ଅଭିମୁଖେ ଯାତ୍ରା କରିଥିଲା।
ସ୍ୱଳ୍ପ ମୂଲ୍ୟରେ ଯାତ୍ରୀ ପରିବହନ କରୁଥିବା ଜୁନ୍ ନାମକ ଏ୩୪୦ ଏୟାର୍ବସ୍ଟି ପ୍ୟାରିସ୍ରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲା ବେଳେ କେନ୍ଦ୍ରୀୟ ଇରାନ୍ର ଇସ୍ଫାନ୍ ସହରରେ ଓହ୍ଲାଇଥିଲା।
ଏକ ବିବୃତିରେ ଜୁନ୍ କହିଛି, ଭେଣ୍ଟିଲେସନ୍ ସର୍କିଟ୍ରେ ସମସ୍ୟା ଦେଖା ଦେବାରୁ ସତର୍କତାମୂଳକ ପଦକ୍ଷେପ ନିମନ୍ତେ ବିମାନଟିକୁ ଅବତରଣ କରାଯାଇଥିଲା।
ଇରାନ୍ର ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥା ଇର୍ନା ନିୟୁଜ୍ କହିଛି ଯେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଯାତ୍ରୀମାନଙ୍କୁ ସେବା ଯୋଗାଇ ଦେଇଥିଲେ। ସମସ୍ତ ଯାତ୍ରୀ ସୁସ୍ଥ ଓ ନିରାପଦ ଥିଲେ।
ସ୍ଥାନୀୟ ମେଣ୍ଟେନାନ୍ସ୍ ଟିମ୍ ଆସି ବିମାନଟିକୁ ଯାଞ୍ଚ କରିବା ପରେ ତାହା ଦୁବାଇସ୍ଥିତ ମକ୍ତୌନ୍ ଆନ୍ତର୍ଜାତିକ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।
ଗୁରୁବାର ଦିନ ସେଠାରୁ ଏହା ଖୁବ୍ ଶୀଘ୍ର ଯାତ୍ରୀମାନଙ୍କୁ ଅନ୍ୟ ବିମାନ ଯୋଗେ ମୁମ୍ବାଇ ପଠାଇବ।
Follow Us