ଘରର ସମସ୍ତ ପୁଅ ପିଲାଙ୍କୁ ପାର୍ଲେଜି ବିସ୍କୁଟ ଖାଇବାକୁ ଦିଅ, ଗୁଜବ ଉଠିବା ପ‌ରେ ତେଜରାତି ଦୋକାନରେ ଲୋକଙ୍କ ପ୍ରବଳ ଭିଡ

Advertisment
ଘରର ସମସ୍ତ ପୁଅ ପିଲାଙ୍କୁ ପାର୍ଲେଜି ବିସ୍କୁଟ ଖାଇବାକୁ ଦିଅ, ଗୁଜବ ଉଠିବା ପ‌ରେ ତେଜରାତି ଦୋକାନରେ ଲୋକଙ୍କ ପ୍ରବଳ ଭିଡ

ନୂଆଦିଲ୍ଲୀ: ବିହାରର ସୀତାମଢି ଜିଲ୍ଲାରେ ପାର୍ଲେଜି ବିସ୍କୁଟ ସହିତ ଜଡ଼ିତ ଗୁଜବ ‌ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଗୁଜବ ଉଠିଛି କି  ଘରେ ଯେତେବି ପୁଅ ପିଲା ଅଛନ୍ତି ସେମାନଙ୍କୁ ପାର୍ଲେଜି ବିସ୍କୁଟ ଖୁଆଇବାକୁ ହେବ। ନଚେତ ଅନେକ ସମସ୍ୟା ଦେଖା ଦେଇପାରେ। ଏହାପରେ ପାର୍ଲେଜି ବିସ୍କୁଟ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଜମିଯାଇଥିଲା।

ଏହି ଗୁଜବ ଚାରିଆଡେ ଖେଳିଯିବା ପରେ ତେଜରାତି ଦୋକନ ଆଗରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଗୁରୁବାର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଗୁରୁବାର ଦ୍ୱିତୀୟା ଓଷା ଥିବା ଅବସରରେ ମହିଳାମାନେ ସନ୍ତାନସନ୍ତତିଙ୍କ ପାଇଁ ପୂଜା କରିଥିଲେ । ଏହି ସମୟରେ ଗୁଜବ ଉଠିଲା । ଘରେ ଯେତେ ପୁଅ ଅଛନ୍ତି ସେମାନଙ୍କୁ ପାର୍ଲେ-ଜି ବିସ୍କୁଟ ଖାଇବାକୁ ଦିଅ । ନହେଲେ ଭୀଷଣ ପରିସ୍ଥିତି ସୃଷ୍ଟି ହେବ । ଏ ଗୁଜବ କେଉଁଠୁ ସୃଷ୍ଟି ହେଲା କିଏ ସୃଷ୍ଟି କଲା ସେକଥା ଜଣାନାହିଁ ।

ହେଲେ ଚାହୁଁ ଚାହୁଁ ଏହି ଗୁଜବ ଚାରିଆଡେ ବିଜୁଳି ଭଳି ଖେଳି ଯାଇଥିଲା । ଆଉ ଗ୍ରୋସରି ଦୋକାନଗୁଡିକ ଆଗରେ ଲୋକଙ୍କ ଭିଡ କହିଲେ ନସରେ । ସମସ୍ତଙ୍କର ସେ ଗୋଟିଏ ଜିନିଷ ଆବଶ୍ୟକ , ପାର୍ଲେ-ଜି ବିସ୍କୁଟ । କିଛି ମିନିଟ ମଧ୍ୟରେ ଦୋକାନ ଗୁଡିକରୁ ବିସ୍କୁଟ ଖାଲି ହୋଇଯାଇଥିଲା । ଏଥିପାଇଁ ଧସ୍ତାଧସ୍ତି ପରି ପରିସ୍ଥିତି ମଧ୍ୟ ଦେଖାଯାଇଥିଲା ।

ସୂଚନା ମୁତାବକ, ଗୁଜବର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, କିଛି ମିନିଟରେ ସେଠାରେ ଥିବା ସବୁ ଦୋକାନରୁ ପାର୍ଲେ-ଜି ବିସ୍କୁଟ ଶେଷ ହୋଇଯାଇଥିଲା । ସୀତାମଢି ଜିଲ୍ଲାର ବୈରଙ୍ଗନିୟା, ଢେଙ୍ଗ, ନାନପୁର, ଡୁମରା, ବାଜପଟ୍ଟି, ମେଜରଗଙ୍ଗ ସମେତ ଅନ୍ୟ କିଛି ଅଞ୍ଚଳରେ ଏହାର ଭାରି ପ୍ରଭାବ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe