ଜିଏସ୍‌ଟି ମାଡ଼ରେ ପାର୍ଲେ ଚେପା; ଚାକିରି ହରାଇବେ ପାର୍ଲେ କମ୍ପାନିର ୧୦ ହଜାର କର୍ମଚାରୀ

Advertisment
ଜିଏସ୍‌ଟି ମାଡ଼ରେ ପାର୍ଲେ ଚେପା; ଚାକିରି ହରାଇବେ ପାର୍ଲେ କମ୍ପାନିର ୧୦ ହଜାର କର୍ମଚାରୀ

Business Times

ମୁମ୍ବାଇ: ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହେବା ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି, ଦେଶର ସବୁଠାରୁ ବଡ଼ ବିସ୍କୁଟ ଉତ୍ପାଦନକାରୀ କମ୍ପାନି ପାର୍ଲେ। ଜିଏସ୍‌ଟି ଲାଗୁ ହେବା ପରେ ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ପାର୍ଲେ କମ୍ପାନି ପ୍ରସ୍ତୁତ ସବୁଠାରୁ ଲୋକପ୍ରିୟ ବିସ୍କୁଟ ପାର୍ଲେ ଜି। ଦିନେ ଗ୍ରାହକଙ୍କ ଚାହିଦା ମେଣ୍ଟାଇବାରେ ଅସମର୍ଥ ଥିବା ପାର୍ଲେ ଜି ଏବେ ଆଉ ବିକ୍ରି ହୋଇ ନପାରି ଘୋର ସଙ୍କଟର ସମ୍ମୁଖୀନ ହୋଇଛି। ବିସ୍କୁଟ ବ୍ୟବସାୟରେ ମାନ୍ଦାବସ୍ଥା କାରଣରୁ କମ୍ପାନି ବିପୁଳ ପରିମାଣର କ୍ଷତି ସହିବା ପରେ ଏବେ କମ୍ପାନିରେ କାର୍ଯ୍ୟରତ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନେଇଛି।

publive-image Business Times

ଏ ସଂପର୍କରେ ସୂଚନା ଦେଇ କମ୍ପାନିର ଜନୈକ ବରିଷ୍ଠ ପଦାଧିକାରୀ ମୟଙ୍କ ଶାହା କହିଛନ୍ତି ଯେ ବିସ୍କୁଟ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଯିବା ପରେ ଦେଶରେ ବିସ୍କୁଟ ବ୍ୟବସାୟ ଗଭୀର ଭାବେ ପ୍ରଭାବିତ ହୋଇଚି। ଏହି କ୍ରମରେ ସମଗ୍ର ଦେଶରେ ପ୍ୟାକେଟ ପ୍ରତି ୫ ଟଙ୍କା ଦରରେ ବିକ୍ରି ହୋଇ ଦେଶର ସବୁଠାରୁ ଲୋକପ୍ରିୟ ବିସ୍କୁଟର ମାନ୍ୟତା ପାଇଥିବା ପାର୍ଲେ ଜିର ବିକ୍ରୟ ଜିଏସ୍‌ଟି ଲାଗୁ ହୋଇଯିବା ପରେ ଗଭୀର ଭାବେ ପ୍ରଭାବିତ ହେବା ସହ କମ୍ପାନିକୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ଫଳରେ ଦୀର୍ଘମାସ ଧରି କର୍ମଚାରୀମାନଙ୍କୁ ବେତନ ପ୍ରଦାନ କରିବାରେ ଅସମର୍ଥ ହେବା ପରେ ଏବେ କମ୍ପାନି ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଶ୍ରୀ ଶାହା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe