ସ୍ବାଭାବିକ ହୋଇପାରୁନି ସଂସଦ, ୨୦୧୮ରୁ ୨୦୨୦ ମଧ୍ୟରେ ସୀମାରୁ ୩୦୬୫ ସ୍ମଗଲର ଗିରଫ

୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୯୩ ହଜାର ସାଇବର ଅପରାଧ ମାମଲା, ୨ ବିଲ୍‌ ଗୃହୀତ

ସ୍ବାଭାବିକ ହୋଇପାରୁନି ସଂସଦ, ୨୦୧୮ରୁ ୨୦୨୦ ମଧ୍ୟରେ ସୀମାରୁ ୩୦୬୫ ସ୍ମଗଲର ଗିରଫ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗତମାସ ୧୯ ତାରିଖରୁ ଆରମ୍ଭ ହୋଇଛି। କିନ୍ତୁ ଆଜି ସୁ୍ଦ୍ଧା ଏହା ସ୍ବାଭାବିକ ହୋଇପାରିନାହିଁ। ବିରୋଧୀ ଦଳଗୁଡ଼ିକ ପେଗାସସ୍ ସ୍ପାଏୱେର ମାମଲାର ତଦନ୍ତ, ୩ କୃଷି ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରଖିଛନ୍ତି। ଏଥିପାଇଁ ଆଜି ମଧ୍ୟ ଉଭୟ ଲୋକସଭା ଏବଂ ରାଜ୍ୟସଭା ଏକାଧିକ ଥର ମୁଲତବୀ ହୋଇଛି। ବିରୋଧୀ ଦଳଙ୍କ ବିରୋଧ ମଧ୍ୟରେ ସରକାର ଲୋକସଭାରେ ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ବିଲ୍‌-୨୦୨୧ ଏବଂ ରାଜ୍ୟସଭାରେ ଇନସଲଭେନ୍‌ସି ଆଣ୍ଡ୍ ବ୍ୟାଙ୍କରପ୍‌ସି କୋଡ୍‌ (ସଂଶୋଧନ) ବିଲ୍‌ ୨୦୨୧ ଗୃହୀତ କରାଇ ନେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଜ୍ୟସଭା ଓ ଲୋକସଭାରେ ପାଟିତୁଣ୍ଡ ଚାଲିଥିବା ଭିତରେ ନିଜ ବକ୍ତବ୍ୟ ରଖିଥିଲେ।

ସେହିଭଳି ମଙ୍ଗଳବାର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଲୋକସଭାରେ ସୂଚନା ଦେଇଛନ୍ତି ଯେ ଚରସ, ଗଞ୍ଜେଇ, ବ୍ରାଉନ ସୁଗାର, ହେରୋଇନ, ଅଫିମ, ମାରିଜୁଆନା ଏବଂ ଅସ୍ତ୍ରଶସ୍ତ୍ର ଆଜି ଜବତ କରିବାରେ ଭାରତର ସୀମା ସୁରକ୍ଷା ବଳ ସମର୍ଥ ହୋଇଛନ୍ତି। ୨୦୧୮ରୁ ୨୦୨୦ ମଧ୍ୟରେ ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ମ୍ୟାନମାର ସୀମାରୁ ୩୦୬୫ ଜଣ ସ୍ମଗଲରଙ୍କୁ ଗିରଫ କରାଯାଇଛି। ବିଏସଏଫ, ଏସଏସବି ଏବଂ ଆସାମ ରାଇଫଲର ଯବାନମାନଙ୍କୁ ଏହି ସଫଳତା ମିଳିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିଭଳି ଦେଶରେ ୨୦୧୭ରୁ ୨୦୧୯ ମଧ୍ୟରେ ୯୩ ହଜାରରୁ ଅଧିକ ସାଇବର ଅପରାଧ ମାମଲା ରିପୋର୍ଟ ହୋଇଛି ବୋଲି ସରକାର ଲୋକସଭାରେ ଆଜି ସୂଚନା ଦେଇଛନ୍ତି। ଲୋକସଭା ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବା ପରେ ବିରୋଧୀ ଦଳ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପେଗାସସ୍ ଗୁଇନ୍ଦାଗିରି ମାମଲାର ତଦନ୍ତ ଏବଂ କୃଷି ଆଇନ ପ୍ରତ୍ୟାହାର ଲାଗି ସ୍ଳୋଗାନ ଦେଇଥିଲେ। ପ୍ରଶ୍ନୋତ୍ତର କାଳରେ କୃଷି ଏବଂ କୃଷକ ମଙ୍ଗଳ ପ୍ରସଙ୍ଗରେ ଆଲୋଚନା ପାଇଁ ଆସିବା ପରେ ବାଚସ୍ପତି ଓମ୍ ବିର୍ଲା ବିରୋଧୀ ସାଂସଦମାନଙ୍କୁ କୃଷକଙ୍କ ସମ୍ବଳିତ ପ୍ରଶ୍ନ ପଚାରିବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe