ନୂଆଦିଲ୍ଲୀ: ସଂସଦ କ୍ୟାଣ୍ଟିନରେ ସାଂସଦ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଖାଦ୍ୟରେ ଦିଆଯାଉଥିବା ସବସିଡି ପ୍ରତ୍ୟାହାର ହେବା ପରେ ଖାଦ୍ୟର ନୂଆ ଦର ତାଲିକା ଜାରି କରାଯାଇଛି।
ନୂଆ ଦର ତାଲିକାରେ ୩ଟଙ୍କାରୁ ନେଇ ୭୦୦ଟଙ୍କା ପର୍ଯ୍ୟନ୍ତ ଖାଦ୍ୟ ସାମିଲ ରହିଛି। ସଂସଦ କ୍ୟାଣ୍ଟିନରେ ନୂଆ ଦର ତାଲିକା ଜାନୁଆରି ୨୯ ତାରିଖରୁ ଅର୍ଥାତ ବଜେଟ ଅଧିବେଶନ ପୂର୍ବରୁ ଲାଗୁ ହେବ। ତେଣୁ ଏହି ଅଧିବେଶନରେ ସାଂସଦଙ୍କୁ ନୂଆ ଦର ତାଲିକା ଅନୁସାରେ ଖାଦ୍ୟ ମିଳିବ।
ସଂସଦ ଭବନ କ୍ୟାଣ୍ଟିନରେ ନୂଆ ଦର ତାଲିକା ଅନୁସାରେ, ରୁଟିର ମୂଲ୍ୟ ୩ ଟଙ୍କା ରହିଥିବା ବେଳେ ଆମିଷ ବଫେର ମୂଲ୍ୟ ୭୦୦ଟଙ୍କା ରହିଛି। ଏଥିସହିତ ନିରାମିଷ ବଫେ ମୂଲ୍ୟ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି।
ନୂଆ ଦର ତାଲିକା ଅନୁସାରେ, ବରିୟାନି, ଚିକେନ କଟଲେଟ, ଚିକେନ ଫ୍ରାଏ ଓ ଭେଜ ଥାଳିର ମୂଲ୍ୟ ୧୦୦ଟଙ୍କା ନିର୍ଧାରିତ କରାଯାଇଛି। ସେହିପରି ଚିକେନ ତରକାରିର ମୂଲ୍ୟ ୭୫ଟଙ୍କା ରଖାଯାଇଛି। ଏହା ବ୍ୟତୀତ ମଟନ ବରିୟାନି ଓ ମଟନ କଟଲେଟର ଦର ୧୫୦ଟଙ୍କା ଥିବା ବେଳେ ମଟନ ତରକାରି ପାଇଁ ୧୨୫ଟଙ୍କା ଦେବାକୁ ହେବ।
ଆଳୁ ବରା, ବ୍ରେଡ ପକୋଡା, ଦହି ଓ ସିଙ୍ଘଡ଼ା ପାଇଁ ୧୦ଟଙ୍କା ଦର ରଖାଯାଇଛି। ଏଥିସହିତ ମାଛ ଓ ଚିପ୍ସ,ମେଦୁ ବରା, ମଟନ କଟଲେଟ, ଆମଲେଟ ମସଲା ପୁରୀ ଓ ଉତପମ ଆଦି ଖାଦ୍ୟ ନୂଆ ସାମିଲ କରାଯାଇଛି। ସାଧାରଣ ଅଧିବେଶନ ଚାଲିଥିବା ବେଳେ ଦିନକୁ ପାଖାପାଖି ୪,୫୦୦ଲୋକ ଏଠାରେ ଖାଇଥାଆନ୍ତି।
/sambad/media/post_attachments/20fdaff04b9cdefc63032b618d69ac87fa45525cb6e29aeb2ccccdf34b9e1bc4.jpg)
ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତି ଓମ ବିରଲା ସଂସଦର କ୍ୟାଣ୍ଟିନରେ ଭୋଜନ ଉପରେ ଦିଆଯାଉଥିବା ସବସିଡିକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ସହିତ କହିଥିଲେ କି, ଏଣିକି କ୍ୟାଣ୍ଟିନରେ ଖାଦ୍ୟ ଦର ମହଙ୍ଗା ହୋଇଯିବ। କିନ୍ତୁ ଏହା ବଜାର ମୂଲ୍ୟ ଠାର କମ ରହିବ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/01/parliament-28_thumb.jpg)