ସଂସଦରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନେଇ ଆଲୋଚନା: ଓଡ଼ିଶା ସହିତ ‌କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ

ସଂସଦରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନେଇ ଆଲୋଚନା: ଓଡ଼ିଶା ସହିତ ‌କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଆବଣ୍ଟନରେ ଓଡିଶା ସହିତ କୌଣସି ପ୍ରକାର ଭେଦଭାବ ହୋଇନାହିଁ କି ଭବିଷ୍ୟତରେ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଆଜି ଲୋକସଭାରେ ଏହି ପ୍ରସଙ୍ଗରେ ଅଧଘଣ୍ଟିଆ ଆଲୋଚନାର ଅବସରରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଏହା କହିଛନ୍ତି। ମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ ପ୍ରଥମେ ୪୧ ଲକ୍ଷ ୭୨ ହଜାର ୭୨୦ରୁ ଧାର୍ଯ୍ୟ ଲକ୍ଷ୍ୟରୁ ଓଡିଶା ୨୭ ଲକ୍ଷ ୬୪ହଜାର ୧୪୬ର ସଂଶୋଧିତ ତାଲିକା ଦେଲା। ଏହାପରେ ୨୭ ଲକ୍ଷ ୬୪ ହଜାର ୧୪୬ରୁ ରାଜ୍ୟ ସରକାର କେବଳ ୧୮ ଲକ୍ଷ ୩୬ ହଜାର ୨୧୩ର ତାଲିକା ଦେଇଥିଲେ। ଓଡିଶା ଦ୍ବାରା କେବଳ ୧୪ ଟି ଜିଲ୍ଲାର ତାଲିକା ପ୍ରଦାନ କରାଯାଇଥିଲା। ସମସ୍ତ ୩୦ ଜିଲ୍ଲାର ତ‌ାଲିକା ପ୍ରଦାନ କରାଯାଇନଥିଲା ବୋଲି ମନ୍ତ୍ରୀ କହିଥିଲେ।ତେବେ ଓଡିଶା ପାଇଁ ଅନ୍ୟାୟ କରାଯିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ଆଶ୍ବାସନା ଦେଇଥିଲେ।

ଆଲୋଚନାର ପ୍ରାରମ୍ଭରେ ସାଂସଦ ଭର୍ତ୍ତୃହରି ମହତାବ କହିଥିଲେ, ଆବାସ ପ୍ଲସ ସର୍ଭେ ପାଇଁ କେନ୍ଦ୍ର ଦ୍ବାରା ଓଡିଶାକୁ ଯେଉଁ ଏକ ବର୍ଷର ‌ସମୟ ଦିଆଯାଇଥିଲା ସେହି ସମୟ ଭିତରେ ତାହା ପ୍ରାଶାସନିକ ବ୍ୟସ୍ତତା, ସାଧାରଣ ନିର୍ବାଚନ, ଯୋଗାଯୋଗ ସମସ୍ୟା ତଥା ଫନି ବାତ୍ୟା ଯୋଗୁଁ ସମ୍ଭବପର ହୋଇପାରିନଥିଲା।ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ରାଜ୍ୟରେ କେବଳ ୧୪ ଟି ଜିଲ୍ଲା ପାଇଁ ହିତାଧିକାରୀଙ୍କର ଚିହ୍ନଟ ହୋଇଛି। ବଳକା ୧୬ ଟି ଜିଲ୍ଲା ଯାହା ମଧ୍ୟରୁ ଅନେକ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରଭାବିତ ଅଞ୍ଚଳ ସେଠାରେ ହିତାଧିକାରୀଙ୍କ ଚିହ୍ନଟ ହୋଇନାହିଁ।ଏବେ କେନ୍ଦ୍ର ସରକାର ଆବାସ ପୋର୍ଟାଲ ଖୋଲନ୍ତୁ। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି। ପନ୍ଦରଦିନ କିମ୍ବା ମାସକ ପାଇଁ ଆବାସ ପୋର୍ଟ‌ାଲ ଖୋଲିଦେଲେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ତାଲିକା ପ୍ରଦାନ କରାଯିବ ବୋଲି ଶ୍ରୀ ମହତାବ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe