ମୌସୁମୀ ଅଧିବେଶନ ଆରମ୍ଭ : ୩୦ ସାଂସଦଙ୍କୁ କରୋନା

Advertisment
ମୌସୁମି ଅଧିବେଶନରେ ପ୍ରଶ୍ନକାଳ ରହିବନି, ସରକାରଙ୍କୁ ଘେରିଲେ ବିରୋଧୀ

Livemint

ନୂଆଦିଲ୍ଲୀ : ଆଜି ସୋମବାର ଆରମ୍ଭ ହୋଇଛି ସଂସଦର ବିଳମ୍ବିତ ମୌସୁମୀ ଅଧିବେଶନ। ଏଥିରେ ଯୋଗ ଦେବାକୁ ଆସିଥିବା ସାଂସଦମାନଙ୍କର କୋଭିଡ୍‌ ପରୀକ୍ଷଣ ବେଳେ ୩୦ ଜଣ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି।

ସଂସଦକୁ ଆସିବା ପୂର୍ବରୁ କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା। ନମୁନା ପରୀକ୍ଷା ବେଳେ ୩୦ ଜଣ ସାଂସଦ କରୋନା ପଜିଟିଭ୍‌ ଥିବା ଜଣାଯାଇଛି। କରୋନା ସଂକ୍ରମିତ ସାଂସଦଙ୍କ ଭିତରେ କନିଷ୍ଠ ରେଳମନ୍ତ୍ରୀ ସୁରେଶ ଅଙ୍ଗାଡ଼ି, ବିଜେପିର ମୀନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗ୍‌ଡ଼େ, ପରବେଶ ସାହିବ ସିଂହ, ରୀତା ବହୁଗୁଣା ଯୋଶୀ ଏବଂ କୌଶଲ କିଶୋର ପ୍ରମୁଖ ରହିଛନ୍ତି। ଏଥିସହିତ ରାଜ୍ୟସଭା ଓ ଲୋକସଭା ସଚିବାଳୟର ୫୦ ଜଣରୁ ଅଧିକ କର୍ମଚାରୀ ମଧ୍ୟ ‌କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ମହାମାରୀ କୋଭିଡ୍‌ ଚଳିତ ଅଧିବେଶନ ପାଇଁ ବିପଦ ଆଣିଥିବା ବେଳେ ଦଳମତ ନିର୍ବିଶେଷରେ ଅନେକ ବରିଷ୍ଠ ସାଂସଦ ଅଧିବେଶନର ଆଲୋଚନାରେ ଭାଗନେବାରୁ ବିରତ ରହିବାକୁ ପସନ୍ଦ କରିଛନ୍ତି। ଆଜି ପ୍ରଥମ ଦିନରେ ମୋଟ ୩୫୯ ଜଣ ସଭ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ଭିତରୁ ୨୦୦ ଜଣ ଲୋକସଭା ଗୃହରେ ଥିବା ବେଳେ ୩୦ରୁ ଅଳ୍ପ ଅଧିକ ଦର୍ଶକ ଗ୍ୟାଲେରିରେ ବସିଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe