ଭାରତ ଟାଣିଥିବା ଲାଲ ରେଖା ଅତିକ୍ରମ କରିବା ପରେ ଧ୍ବଂସ ହୋଇଗଲା ଆତଙ୍କବାଦୀ ଶିବିର

Advertisment

ଅପ‌ରେସନ ସିନ୍ଦୂରକୁ ନେଇ  ସ୍ୱତନ୍ତ୍ର ବିତର୍କ ପୂର୍ବରୁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ସମେତ ସମଗ୍ର ବିରୋଧୀଙ୍କୁ ସଂସଦରେ ଦେଶ ବିରୋଧୀ କଥା ନ କହିବାକୁ ଅନୁରୋଧ କରିଛନ୍ତି।

ଅପ‌ରେସନ ସିନ୍ଦୂରକୁ ନେଇ  ସ୍ୱତନ୍ତ୍ର ବିତର୍କ ପୂର୍ବରୁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ସମେତ ସମଗ୍ର ବିରୋଧୀଙ୍କୁ ସଂସଦରେ ଦେଶ ବିରୋଧୀ କଥା ନ କହିବାକୁ ଅନୁରୋଧ କରିଛନ୍ତି।

New Project (19)

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ଅପ‌ରେସନ ସିନ୍ଦୂରକୁ ନେଇ ଏକ ସ୍ୱତନ୍ତ୍ର ବିତର୍କ ଆରମ୍ଭ ‌ହୋଇଯାଇଛି। ଏହି ବିତର୍କ ଷୋହଳ ଘଣ୍ଟା ପାଇଁ ଜାରି ରହିବ। ବିରୋଧୀ ଦଳ ଅପରେସନ ସିନ୍ଦୂର ଉପରେ ବିତର୍କ ପାଇଁ ଲଗାତାର ଦାବି କରୁଥିଲେ, ଏବଂ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଚାହୁଁଥିଲେ।

ତେବେ ବିତର୍କ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ପାକିସ୍ତାନରେ ଆତଙ୍କ ଶିବିର ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ହିନ୍ଦୁ ପବିତ୍ର ଗ୍ରନ୍ଥ ରାମାୟଣକୁ ଉଦ୍ଧୃତ କରିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋମବାର (୨୮ ଜୁଲାଇ, ୨୦୨୫) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ‘ ଯେତେବେଳେ ରାବଣ ଲକ୍ଷ୍ମଣ ରେଖା ଅତିକ୍ରମ କଲା, ଲଙ୍କା ଜଳିଗଲା। ସେହିପରି ଯେତେବେଳେ ପାକିସ୍ତାନ ଭାରତ ଦ୍ୱାରା ଟାଣିଥିବା ଲାଲ ରେଖା ଅତିକ୍ରମ କଲା, ଆତଙ୍କବାଦୀ ଶିବିରଗୁଡିକ ନିଆଁରେ ଜଳିପୋଡ଼ି ଧ୍ବଂସ ହୋଇଗଲା।  

ଏଥିସହିତ  ଅପ‌ରେସନ ସିନ୍ଦୂରକୁ ନେଇ  ସ୍ୱତନ୍ତ୍ର ବିତର୍କ ପୂର୍ବରୁ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ସମେତ ସମଗ୍ର ବିରୋଧୀଙ୍କୁ ସଂସଦରେ ଦେଶ ବିରୋଧୀ କଥା ନ କହିବାକୁ ଅନୁରୋଧ କରିଛନ୍ତି। କାରଣ ଦେଶ ବିରୋଧୀ ପ୍ରସଙ୍ଗ ଆମ ସେନାକୁ ଆଘାତ ପହଞ୍ଚାଇପା‌ରେ। ଆମେ ଦାବିର ସହ କହି ପାରିବା ଅପରେସନ ସିନ୍ଦୂର ଭାରତର ପରିବର୍ତ୍ତିତ ଚେହେରାର ପ୍ରତୀକ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe