କରୋନା ସତର୍କତା: ସଂସଦ ମଧ୍ୟକୁ ପ୍ରବେଶ ପାଇଁ ମିଳିବନି ‘ଭିଜିଟର୍ସ ପାସ୍‌’

ଆମରି କଥା, ଉପରେ ଗଣତନ୍ତ୍ର ଭିତରେ ରାଜତନ୍ତ୍ର

NDTV

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପମାନ ଗ୍ରହଣ କରିଛନ୍ତି ଓ କରୁଛନ୍ତି ମଧ୍ୟ। ଏହି ପରିପେରକ୍ଷୀରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ସରକାର ସଂସଦ ଭବନ ମଧ୍ୟକୁ ସାଧାରଣ ନାଗରିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଇ ଦେଇଛନ୍ତି।

ସାଧାରଣତଃ ସଂସଦ ଅଧିବେଶନ ଚାଲିଥିବା କାଳରେ ଉଭୟ ଲୋକସଭା ଓ ରାଜ୍ୟସଭାରେ କାର୍ଯ୍ୟ କିପରି ସଂପାଦନ କରାଯାଉଛି। ସଂସଦରେ ବିଲ୍‌ କିପରି ଆଗତ ହେଉଛି ଏବଂ ସାଂସଦମାନେ କିପରି ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ତାହାକୁ ଦେଖିବା ପାଇଁ ବହୁ ସାଧାରଣ ଜନତା ସଂସଦ ଭବନକୁ ଯାଇଥାନ୍ତି। ଓ ସଂସଦ ଭବନ ମଧ୍ୟରେ ଥିବା ଦର୍ଶକ ଗ୍ୟାଲେରି ବସି ଏହି ସବୁକୁ ଦେଖିଥାନ୍ତି। ଅବଶ୍ୟ ଏଥିପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ବିଶେଷମାନଙ୍କୁ ସାଂସଦମାନଙ୍କ ସୁପାରିଶ କ୍ରମେ ସଂସଦ ଭବନ ସଚିବାଳୟ ପକ୍ଷରୁ ‘ଅତିଥି ପାସ୍‌’ ବା ‘ଭିଜିଟର୍ସ ପାସ୍‌’ ପ୍ରଦାନ କରା ଯାଇଥାଏ।

publive-image News Nation

କିନ୍ତୁ, ସାଂପ୍ରତିକ ପରିସ୍ଥିତିରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କେବଳ ମାତ୍ର ସାଂସଦ ଓ ସଂସଦର କର୍ମଚାରୀମାନଙ୍କ ବ୍ୟତୀତ ଅନ୍ୟ କାହାରିକି ସଂସଦ ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ପ୍ରଦାନ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଅନ୍ୟାଦେଶ ପର୍ଯ୍ୟନ୍ତ କୌଣସି ସାଧାରଣ ଜନତାଙ୍କୁ ସଂସଦର ‘ଭିଜିଟର୍ସ ପାସ୍‌’ ପ୍ରଦାନ କରାଯିବ ନାହିଁ ବୋଲି ଲୋକସଭାର ସେକ୍ରେଟାରି ଜେନେରାଲ ସ୍ନେହଲତା ଶ୍ରୀବାସ୍ତବ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe