ପେଗାସସ ମାମଲାରେ ଗୃହ ମନ୍ତ୍ରାଳୟକୁ ପ୍ରଶ୍ନ କରିବ ସଂସଦୀୟ ସ୍ଥାୟୀ କମିଟି, ଜୁଲାଇ ୨୮ତାରିଖରେ ହେବ ବୈଠକ

Advertisment
ପେଗାସସ ମାମଲାରେ ଗୃହ ମନ୍ତ୍ରାଳୟକୁ ପ୍ରଶ୍ନ କରିବ ସଂସଦୀୟ ସ୍ଥାୟୀ କମିଟି, ଜୁଲାଇ ୨୮ତାରିଖରେ ହେବ ବୈଠକ

ନୂଆଦିଲ୍ଲୀ: ରାଜନେତା, ସାମ୍ବାଦିକ ଓ ଅନ୍ୟ ଲୋକଙ୍କ ଉପରେ ବେଆଇନ ନଜର ରଖିବା ଅଭିଯୋଗରେ ଗୃହ ମନ୍ତ୍ରାଳୟକୁ ପ୍ରଶ୍ନ କରିବ ସଂସଦୀୟ ସ୍ଥାୟୀ କମିଟି | କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ସଂସଦୀୟ ସ୍ଥାୟୀ କମିଟି, ପେଗାସସ୍ ସଫ୍ଟୱେର୍ ବ୍ୟବହାର କରି ସାମ୍ବାଦିକ ତଥା ରାଜନେତାଙ୍କ ଉପରେ ବେଆଇନ ନଜର ରଖିବା ଅଭିଯୋଗରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ପ୍ରଶ୍ନ କରିବ ବୋଲି ଜଣାପଡ଼ିଛି।

ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ସଂସଦୀୟ ସ୍ଥାୟୀ କମିଟିର ଏହି ବୈଠକ ଜୁଲାଇ ୨୮ରେ ଡକାଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା, ଗୃହ ଏବଂ ଯୋଗାଯୋଗ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ବୈଠକକୁ ଆସିବାକୁ କୁହାଯାଇଛି | ଏହି ବୈଠକ ଅପରାହ୍ନ ୪ଟାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ବୈଠକରେ ‘ନାଗରିକଙ୍କ ଡାଟା ସୁରକ୍ଷା ଓ ପ୍ରାଇଭେସି’ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି | ଏହା ସହ ଇସ୍ରାଏଲ ସଫ୍ଟୱେୟାର କମ୍ପାନି ପେଗାସସ୍ ବ୍ୟବହାର କରି ଫୋନ ହ୍ୟାକିଂ ମାମଲାରେ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ ପଚରାଯିବ ।

ଏହି କମିଟିର ଅଧ୍ୟକ୍ଷ ଥିବା କଂଗ୍ରେସ ନେତା ଶଶି ଥରୁର୍ ଦୁଇଦିନ ହେବ ସରକାରଙ୍କୁ ଏହି ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି କି, ସରକାର ଯଦି କହୁଛନ୍ତି ଏହି ଗୁପ୍ତଚର ଘଟଣା ପଛରେ ତାଙ୍କର ହାତ ନାହିଁ ତେବେ ସରକାର ତୁରନ୍ତ ଏହାର ଯାଞ୍ଚ କରି ଲୋକମାନଙ୍କ ପାଖରେ ସ୍ପଷ୍ଟ କରନ୍ତୁ ଯେ ଏଭଳି ସମ୍ବେଦନଶୀଳ ମାମଲା ପଛରେ କାହାର ହାତ ରହିଛି । ପେଗାସସ୍ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା କି କମ୍ପାନି ସରକାରଙ୍କ ବିନା ଅନୁମତିରେ ଏହି ସଫ୍ଟୱେୟାର କାହାକୁ ବିକ୍ରି କରିପାରିବ ନାହିଁ । ପେଗାସସର ବୟାନ ଜଦି ଠିକ୍ ତାହେଲେ ଖୁବଶୀଘ୍ର ଏହା ପ୍ରମାଣ ହୋଇପାରିବ କି କିଏ ପେଗାସସ୍ ସଫ୍ଟୱେୟାର କିଣିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe