News18
ନୂଆଦିଲ୍ଲୀ: ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ଆଜି ବିଜେପି ଛାଡ଼ି ଦେଇଛନ୍ତି। ଉତ୍ପଳ ତାଙ୍କ ପିତାଙ୍କ ପାରମ୍ପରିକ ପାନାଜୀ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଥିଲେ। କିନ୍ତୁ ଉକ୍ତ ଆସନରୁ ତାଙ୍କୁ ଟିକେଟ ମିଳିଲା ନାହିଁ। ତେଣୁ ସେ ଦଳ ଛାଡ଼ି ଦେଇଛନ୍ତି। ଉତ୍ପଳ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ଉତ୍ପଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ୨ ବର୍ଷ ଧରି ମୁଁ ଦଳକୁ ଏହା ବୁଝାଇବାକୁ ଚାହିଥିଲେ ଯେ ମୋ ପ୍ରତି ଦଳର ସବୁ ସଦସ୍ୟଙ୍କ ସମର୍ଥନ ସହିତ ପାନାଜୀର ସାଧାରଣ ଲୋକଙ୍କ ସମର୍ଥନ ମଧ୍ୟ ରହିଛି। ଏହାସତ୍ତ୍ବେ ପାନାଜୀରୁ ପ୍ରାର୍ଥିତ୍ବ ନମିଳିବାରୁ ମୁଁ ଦଳ ଛାଡ଼ିଦେଲି ବୋଲି ଉତ୍ପଳ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମନୋହର ପାରିକରଙ୍କ ଗତ ୨୦୧୯ରେ ପରଲୋକ ହୋଇଥିଲା। ପାରିକର ଅତ୍ୟନ୍ତ ଲୋକପ୍ରୀୟ ନେତା ଥିଲେ। ଦୀର୍ଘ ୨୫ ବର୍ଷ ଧରି ସେ ପାନାଜୀ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିଲେ। ବାବୁସ ମନସରେଟ୍ଙ୍କୁ ବିଜେପି ପାନାଜୀରୁ ପ୍ରାର୍ଥୀ କରିଛି।
Follow Us