ଲକ୍ଷ୍ନୌ/ଭୋପାଳ: ସାଧାରଣତଃ ମଣିଷ ଚୋରି କରୁଥିବାର ଦେଖିବାକ ମିଳିଥାଏ। କିନ୍ତୁ ଉତ୍ତର ପ୍ରଦେଶକୁ ଏକ ନିଆରା ଚୋରପଲ ଆସିଛନ୍ତି। ସେମାନେ କଳା ସୁନା କୁହାଯାଉଥିବା ଅଫିମ ଚୋରି କରି ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି। ଏହି ଚୋରମାନଙ୍କର କାର୍ଯ୍ୟକଳାପ ବିଷୟରେ ଶୁଣି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ପ୍ରକୃତରେ, ଆଜିକାଲି କ୍ଷେତରେ କଳା ସୁନା ଅର୍ଥାତ୍ ଅଫିମର ଫସଲ ଲାଗିଛି। ଏକର ଏକର ଅଞ୍ଚଳର କ୍ଷେତରେ ଧଳା ଫୁଲର ଏକ ଚାଦର ଦେଖିବାକୁ ମିଳୁଛି। ଅଫିମ ଫସଲରେ ଧଳା ଫୁଲ ଆସିବା ସହିତ, ଡାଳଗୁଡ଼ିକ ମଧ୍ୟ ବଢ଼ିବା ଆରମ୍ଭ କରିଛି। କିନ୍ତୁ ଚାଷୀଙ୍କ ପାଇଁ ଏକ ସମସ୍ୟା ଉପୁଜିଛି। ଉତ୍ତରପ୍ରଦେଶ ଭଳି ମଧ୍ୟପ୍ରଦେଶରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଶୁଆମାନେ ଅଫିମ ଫସଲକୁ ନଷ୍ଟ କରୁଛନ୍ତି।
ଶୁଆପଲ ଫସଲ ନଷ୍ଟ କରୁଛନ୍ତି। ରାୟବରେଲି ଜିଲ୍ଲାର ଶିବଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ ବେଡାରେ ଗତ ୫୦ବର୍ଷ ଧରି ଅଫିମ ଚାଷ କରିଆସୁଥିବା ଚାଷୀମାନେ ଚିନ୍ତାରେ ମୁ୍ଣ୍ଡରେ ହାତଦେଇ ବସିଛନ୍ତି। ଚାଷୀମାନେ ୟୁପି ନାର୍କୋଟିକ୍ସ ବିଭାଗରୁ ଅଫିମ ଚାଷ ପାଇଁ ଲାଇସେନ୍ସ ପାଇଛନ୍ତି। କାରଣ ଏହା ଏକ ଫସଲ ଯାହା ପାଇଁ ସରକାର ଲାଇସେନ୍ସ ପ୍ରଦାନ କରିଥାନ୍ତି। ବିନା ଲାଇସେନ୍ସରେ ଏହାକୁ ଚାଷ କରିବା ଏକ ଆଇନଗତ ଅପରାଧ ବୋଲି ବିବେଚନା କରାଯାଇଥାଏ।
କିନ୍ତୁ, ଅଫିମ ଚାଷ କରୁଥିବା ଚାଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରଥମତଃ, ପାଗର ପ୍ରଭାବରୁ ଏହାକୁ ରକ୍ଷା କରିବା ହେଉଛି ସବୁଠାରୁ ବଡ଼ ସମସ୍ୟା। ଅନ୍ୟପକ୍ଷରେ, ଅଫିମ ଖାଉଥିବା ଶୁଆପଲଙ୍କ କବଳରୁ ଫସଲକୁ ରକ୍ଷା କରିବା ମଧ୍ୟ ଏକ ବହୁତ କଷ୍ଟକର କାର୍ଯ୍ୟ।
ହାଇଲାଇଟ୍ସ:
ଶୁଆମାନେ ଅଫିମ ଫସଲ ଚୋରି କରୁଛନ୍ତି।
ଚାଷୀମାନେ ଶୁଆମାନଙ୍କ କବଳରୁ ଫସଲ ରକ୍ଷା କରିବା ନେଇ ସମସ୍ୟାରେ ପଡ଼ିଛନ୍ତି।
ଅଫିମ ଚାଷ ପାଇଁ ଲାଇସେନ୍ସ ଆବଶ୍ୟକ।
ଅନ୍ୟ କୌଣସି ପ୍ରାଣୀ ଅଫିମ ଫସଲର କ୍ଷତି କରନ୍ତି ନାହିଁ। ଲାଲ ଥଣ୍ଟ ବାଲା ଶୁଆଙ୍କ କବଳରୁ ଅଫିମକୁ ରକ୍ଷା କରିବା ହେଉଛି ସବୁଠାରୁ ବଡ଼ ସମସ୍ୟା। କାରଣ ସେମାନେ ଏତେ ଚତୁର ଯେ, ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ ଘୂରି ବୁଲନ୍ତି। ସୁଯୋଗ ପାଇବା ମାତ୍ରେ ସେମାନେ ଅଫିମ ଭାଙ୍ଗି ନିଜ ଥଣ୍ଟରେ ଧରି ଉଡ଼ିଯାଆନ୍ତି। ବହୁତ ଦୂରକୁ ଯାଇ, ସେମାନେ ମନଖୁସିରେ ଅଫିମ ଖାଇଥାନ୍ତି। ଗୋଟିଏ ଅଫିମ ଫୁଲପେଟିରୁରୁ ପ୍ରାୟ ୨୦ରୁ ୨୫ ଗ୍ରାମ ଅଫିମ ବାହାର କରାଯାଇଥାଏ। ନିଶା ନିଶାଗ୍ରସ୍ତ ଶୁଆମାନେ ଦିନକୁ ୩୦ ରୁ ୪୦ଥର ଅଫିମ ଚୋରି କରନ୍ତି। ଯାହା ଚାଷୀମାନଙ୍କର ବହୁତ କ୍ଷତି କରିଥାଏ।
ଅଧିକ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାକୁ ୧୮୦ ରନ୍ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ
ଚାଷୀମାନେ ଅଫିମ ଫସଲକୁ ନିଶା ଖୋର ଶୁଆଙ୍କଠାରୁ ରକ୍ଷା କରିବା ପାଇଁ କ୍ଷେତ ଚାରିପାଖରେ ଜାଲ ବିଛାଇଛନ୍ତି। ଏହା ସହିତ, ଏହାକୁ ସୁରକ୍ଷା ଦେବା ପାଇଁ, କ୍ଷେତର କଡ଼ରେ ଏକ ମଞ୍ଚ ତିଆରି କରାଯାଇଛି। କାରଣ ଯଦି କ୍ଷେତରୁ ଗୋଟିଏ ବି ଅଫିମ ଫୁଲ ଶୁଆ ନେଇ ଯାଆନ୍ତି ତେବେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ଲାଇସେନ୍ସ ଧାରକଙ୍କ ଉପରେ। ତେଣୁ ଏହି ଚାଷ କରିବା ସହଜ ନୁହେଁ। ଏଥିପାଇଁ କର୍ତ୍ତୃପକ୍ଷଙ୍କର କଠୋର ନିୟମ ଅଛି। ଏପରିସ୍ଥଳେ ଶୁଆ ଚାଷୀଙ୍କ କ୍ଷତି କରିବା ସହିତ ସେମାନେଙ୍କ ନିଦ ହଜାଇ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଅନୁଷ୍କା ପ୍ରଥମ ମହିଳା ପାଇଲଟ ଭାବେ ଉଡ଼ାଇବେ ଯୁଦ୍ଧ ବିମାନ ଜଗୁଆର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/01/BVDLxUVSZMUyDiYuYjvo.jpeg)