ପୋଷା କୁକୁରମାନଙ୍କ ପାଇଁ ବି ବଙ୍ଗମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଅଛି ସୌଖୀନ ଫ୍ଲାଟ୍‌

Advertisment
ପୋଷା କୁକୁରମାନଙ୍କ ପାଇଁ ବି ବଙ୍ଗମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କର ଅଛି ସୌଖୀନ ଫ୍ଲାଟ୍‌

Image Courtesy of India Today

କୋଲ୍‌କାତା: ଶନିବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ଗିରଫ ହୋଇଥିବା ‘ତୃଣମୂଳ କଂଗ୍ରେସ’ ନେତା ପାର୍ଥ ଚାଟାର୍ଜୀଙ୍କର କେବଳ ତାଙ୍କ କୁକୁରମାନଙ୍କ ପାଇଁ ମଧ୍ୟ ସୌଖୀନ ଫ୍ଲାଟ୍‌ଟିଏ ଅଛି।

ଶନିବାର ଦିନ ପାର୍ଥଙ୍କୁ ଗିରଫ କରିବା ପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଆବିଷ୍କାର କରିଥିବା ଅନେକ ହିସାବ ବହିର୍ଭୁତ ସମ୍ପତ୍ତିରୁ ଗୋଟିଏ ହେଉଛି କେବଳ ତାଙ୍କ କୁକୁରମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଟାଏ ସୌଖୀନ୍‌ ଫ୍ଲାଟ୍‌। ପଶ୍ଚିମବଙ୍ଗର ଡାଇମଣ୍ଡ୍‌ ସିଟିରେ ତାଙ୍କର ୩ଟି ଫ୍ଲାଟ୍‌ ଅଛି। ସେଥିରୁ ଗୋଟିଏ ହେଉଛି କୁକୁର-ସଉକୀ ଭାବେ ସୁପରିଚିତ ପାର୍ଥଙ୍କର କୁକୁରମାନଙ୍କ ନିମନ୍ତେ ଥିବା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଫ୍ଲାଟ୍‌।

publive-image Image Courtesy of OP India

ପ୍ରାପ୍ତ ସୂଚନା ଅନୁସାରେ, ପାର୍ଥଙ୍କର ‘ସିଦ୍ଧି ଏନ୍‌କ୍ଲାଭ୍‌’ ଫ୍ଲାଟ୍‌ର ୨ୟ ମହଲାରେ ୩ଟି ପୋଷା କୁକୁର ରହୁଛନ୍ତି। କୁକୁରମାନଙ୍କୁ ଥଣ୍ଡାରେ ରଖିବା ପାଇଁ ସେଠ‌ାରେ ୨୪ ଘଣ୍ଟା ଏ.ସି. ଚାଲୁଛି। ସେମାନଙ୍କର ଦେଖାରଖା କରିବା ଲାଗି ମନ୍ତ୍ରୀ ପାର୍ଥ ଜଣେ ମହିଳାଙ୍କ ସମେତ ୨ଜଣ ତତ୍ତ୍ବାବଧାରକଙ୍କୁ ନିଯୁକ୍ତ କରିଛନ୍ତି। ଆଗରୁ ସେ ଫ୍ଲାଟ୍‌ରେ ୪ଟି କୁକୁର ଥିଲେ, କିନ୍ତୁ, କିଛି ଦିନ ହେବ ଗୋଟାଏ କୁକୁର ମରିଯିବାରୁ ଏବେ ୩ଟି କୁକୁର ଅଛନ୍ତି।

ସମ୍ପ୍ରତି ପଶ୍ଚିମବଙ୍ଗର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଥିବା ୬୯ ବର୍ଷିୟ ପାର୍ଥ ଅର୍ପିତା ମୁଖାର୍ଜୀଙ୍କୁ ଉପହାର ଦେଇଥିବା ଗୋଟାଏ ଫ୍ଲାଟ୍‌ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ନଗଦ ୨୧ କୋଟି ଟଙ୍କା ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe