ଜେଲ ଗଲେ ପାର୍ଥ ଓ ଅର୍ପିତା, ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ

ଜେଲ ଗଲେ ପାର୍ଥ ଓ ଅର୍ପିତା, ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ

କୋଲକାତା: ଗିରଫ ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନୀତି ମାମଲାରେ ୧୪ ଦିନ ପାଇଁ ଜେଲ ପଠାଯାଇଛି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ ହେବ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଆଉ ୧୪ ଦିନିଆ ହେପାଜତରେ ନେବାକୁ ଚାହୁଁଥିଲେ। ତଦନ୍ତ ଏଜେନ୍‌ସି ଇଡିର ଓକିଲ କହଥିଲେ ଯେ ଏହି ମାମଲାରେ ନୂତନ ଅନୁସନ୍ଧାନକୁ ନେଇ ସେମାନେ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବାର ଆବଶ୍ୟକତା ଅଛି। ତେବେ, ମନି ଲଣ୍ଡରିଂ ବିରୋଧୀ ସ୍ୱତନ୍ତ୍ର ଅଦାଲତର ବିଚାରପତି ଜୀବନ କୁମାର ସାଧୁ ଏହି ମାମଲାର ସମସ୍ତ ପକ୍ଷଙ୍କ ଶୁଣାଣି ପରେ ଆଦେଶ ସଂରକ୍ଷିତ ରଖିବାରୁ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଜେଲକୁ ପଠାଇ ଦିଆଯାଇଥିଲା। ଜୁଲାଇ ୨୩ରେ ଗିରଫ ହେବା ପରଠାରୁ ଉଭୟ ଅଭିଯୁକ୍ତ ଇଡିର ରିମାଣ୍ଡରେ ଥିଲେ।

ଇଡି ଦାବି କରିଛି ଯେ ପାର୍ଥ ଚାଟାର୍ଜୀ ହେପାଜତରେ ଥିବା ୧୫ଦିନ ମଧ୍ୟରୁ ଡାକ୍ତରଖାନାରେ ଆଡମିସନ ହେତୁ ଅତି କମରେ ଦୁଇ ଦିନ ନଷ୍ଟ ହୋଇ ଯାଇଥିଲା।

ଇଡି ୪୯.୮ କୋଟି ନଗଦ ଟଙ୍କା ସମେତ ପାର୍ଥ ମୁଖାର୍ଜୀଙ୍କ ମାଲିକାନାରେ ଥିବା ଫ୍ଲାଟରୁ ବିପୁଳ ପରିମାଣର ଅଳଙ୍କାର ଏବଂ ସୁନା ଜବତ କରିଥିଲା। ଏହା ବ୍ୟତୀତ ସମ୍ପତ୍ତିର ଦସ୍ତାବିଜ ମଧ୍ୟ ଇଡି ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe