ମନ୍ତ୍ରୀ ପଦ ହରାଇବା ପରେ ଦଳର ନିଷ୍ପତ୍ତିକୁ ନେଇ କ’ଣ କହିଲେ ପାର୍ଥ?

Advertisment
ମନ୍ତ୍ରୀ ପଦ ହରାଇବା ପରେ ଦଳର ନିଷ୍ପତ୍ତିକୁ ନେଇ କ’ଣ କହିଲେ ପାର୍ଥ?

indiatoday

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ହାତରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ତାଙ୍କୁ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରାଳୟରୁ ହଟାଇ ଦିଆଯାଇଛି। ତେବେ ପାର୍ଥ ଚାଟାର୍ଜୀ ପ୍ରଥମ ଥର ପାଇଁ ଏହି ସମଗ୍ର ବିବାଦକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯେତେବେଳେ ତାଙ୍କୁ ଦଳର ଏହି ନିଷ୍ପତ୍ତି ବିଷୟରେ ପଚରାଗଲା, ସେ କେବଳ କହିଥିଲେ ଯେ, ସମୟ କହିବ।

ଏ ନିଷ୍ପତ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଅଭିଷେକ ବାନାର୍ଜୀ କହିଥିଲେ ଯେ ପାର୍ଥ ଚାଟାର୍ଜୀଙ୍କୁ ଦଳର ସମସ୍ତ ପୋଷ୍ଟ (ପାଞ୍ଚଟି ପୋଷ୍ଟ)ରୁ ହଟାଇ ଦିଆଯାଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଯଦି ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ପାଇଁ ଦଳର ଦ୍ୱାର ଖୋଲା ଅଛି। ସେ ଚାହିଁଲେ ଫେରିପାରିବେ। ଭବିଷ୍ୟତରେ ଏପରି ପରିସ୍ଥିତି ଯେପରି ନହୁଏ ସେଥିପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି। ଏତେ ଟଙ୍କା କେଉଁଠୁ ଆସିଛି, ସମ୍ପତ୍ତିର ଉତ୍ସ ଅନୁସନ୍ଧାନ କରାଯିବା ଉଚିତ୍। ଯେଉଁଠାରୁ ନଗଦ ଟଙ୍କା ମିଳିଥିଲା ​​ସେହି ଘରର ମାଲିକଙ୍କ ଦଳ ସହିତ କୌଣସି ସମ୍ପର୍କ ନାହିଁ। ଆମେ ଦାବି କରୁଛୁ ଯେ ଟିଏମସିରୁ ଯାଇଥିବା ବିଜେପି ନେତାମାନଙ୍କ ଉପରେ ମଧ୍ୟ ଅନୁସନ୍ଧାନ କରାଯାଉ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆମେ ଅନିୟମିତତାର କୌଣସି ଅନୁସନ୍ଧାନର ବିରୋଧୀ ନୁହଁ, କିନ୍ତୁ ସମସ୍ତଙ୍କର ଯାଞ୍ଚ ହେବା ଉଚିତ୍ ଏବଂ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହେବା ଉଚିତ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe