ଓଡ଼ିଶା ସମେତ ଉତ୍ତରପୂର୍ବ ଭାରତକୁ ସ୍ବଳ୍ପ କ୍ଷଣ ପାଇଁ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ

Advertisment
ଓଡ଼ିଶା ସମେତ ଉତ୍ତରପୂର୍ବ ଭାରତକୁ ସ୍ବଳ୍ପ କ୍ଷଣ ପାଇଁ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ମେ ୨୬ ତାରିଖ ଦିନ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଥିଲେ ମଧ୍ୟ ସ୍ବଳ୍ପ କ୍ଷଣ ପାଇଁ ଉତ୍ତର-ପୂର୍ବ ଭାରତକୁ ତାହାର ଶେଷ ଭାଗ ଦୃଶ୍ୟମାନ ହେବ ବୋଲି ‘ଭୂ-ବିଜ୍ଞାନ ମନ୍ତ୍ରାଳୟ ସୂଚନା ଦେଇଛି। ‌ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜକୁ ଖୁବ୍ କମ୍ ସମୟ ଲାଗି ଗ୍ରହଣର ଶେଷାଂଶ ଦେଖାଯିବ ଉପରୋକ୍ତ ସୂଚନାରେ ଉଲ୍ଲେଖ ଅଛି।

publive-image Image Courtesy of Reuters

ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ ଆମେରିକା, ଉତ୍ତର ଆମେରିକା, ଏସିଆ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ଅଞ୍ଚଳରେ ମଧ୍ୟ ଉକ୍ତ ଚନ୍ଦ୍ର ଗ୍ରହଣ ଦେଖାଯିବ।

publive-image Image Courtesy of NDTV

ସରକାରୀ ବିବୃତି ଅନୁସାରେ, ୨୦୨୧ ମେ ୨୬ ତାରିଖରେ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ସଂଘଠିତ ହେବ। କିନ୍ତୁ, କେବଳ ଜହ୍ନ ଉଇଁବା ସମୟରେ ଭାରତର ଉତ୍ତରପୂର୍ବାଞ୍ଚଳକୁ ସ୍ବଳ୍ପ ସମୟ ଲାଗି ଆଂଶିକ ଭାବେ ଉକ୍ତ ଚନ୍ଦ୍ର ଗ୍ରହଣର ‌ଅନ୍ତିମ ପର୍ଯ୍ୟାୟ ଦୃଶ୍ୟମାନ ହେବ। ପଶ୍ଚିମବଙ୍ଗର କେତେକ ଅଞ୍ଚଳ, ଓଡ଼ିଶା ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପର କେତେକ ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହି ଆଂଶିକ ଚନ୍ଦ୍ର ଗ୍ରହଣ ଦେଖାଯିବ। ଏହାଛଡ଼ା, ଠିକ୍ ଚନ୍ଦ୍ରୋଦୟ ସମୟରେ ମାତ୍ର କ୍ଷଣିକ ପାଇଁ ଅରୁଣାଚଳ ପ୍ରଦେଶ ଏବଂ ଆସାମର ପୂରା ଉତ୍ତର-ପୂର୍ବ ପାର୍ଶ୍ବକୁ ମଧ୍ୟ ଗ୍ରହଣ ଦେଖାଯିବ। କିନ୍ତୁ, ସିକିମରେ ଏହା ଦେଖାଯିବ ନାହିଁ।

ଅପରାହ୍ଣ ୩.୧୫ରେ ଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ ୪.୩୯ରେ ପୂର୍ଣ୍ଣଗ୍ରାସ ଏବଂ ସନ୍ଧ୍ୟା ୬.୨୩ରେ ମୋକ୍ଷ ହେବ।

୨୦୨୧ ନଭେମ୍ବର ୧୯ ତାରିଖରେ ପୁନଶ୍ଚ ଭାରତରେ ଆଉ ଏକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe