Image Source: Hindustan Times
ନୂଆଦିଲ୍ଲୀ: ଚୀନ୍ ଓ ଭାରତ ମଧ୍ୟରେ ‘ବାସ୍ତବ ନିୟନ୍ତ୍ରଣ ରେଖା’ ଠାରେ ଲାଗିଥିବା ଉତ୍ତେଜନାର ମୀମାଂଶା ନିମନ୍ତେ ମଧ୍ୟସ୍ଥତା କରିବାରୁ ସମସ୍ତେ ନିବୃତ ରହିବାକୁ ଜାତିସଂଘ କହିଛି। ମଧ୍ୟସ୍ଥତା କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ଙ୍କ ଆଗ୍ରହ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଜାତିସଂଘର ମହାସଚିବଙ୍କ ମୁଖପାତ୍ର ମଧ୍ୟ କହିଛନ୍ତି ଯେ କାହାକୁ ମଧ୍ୟସ୍ଥି କରାଯିବ ତାହା ସମ୍ପୃକ୍ତ ପକ୍ଷମାନେ ସ୍ଥିର କରିବେ।
ମୁଖପାତ୍ରଜଣକ ଗୁରୁବାର ଦିନ କହିଛନ୍ତି, ମଧ୍ୟସ୍ଥତା ପାଇଁ କହାକୁ ଚାହାଁନ୍ତି ତାହା ସମ୍ପୃକ୍ତ ପକ୍ଷମାନେ ନିଷ୍ପତ୍ତି ନେବେ, ଆମେ କହିବା ଅନୁଚିତ। ଆମେ ପରିସ୍ଥିତି ଉପରେ ନଜର ରଖୁଛୁ ଏବଂ ପରିସ୍ଥିତିକୁ ଆହୁରି ଉତ୍ତେଜନାମୟ କଲା ଭଳି ପଦକ୍ଷେପ ଏଡ଼ାଇବାକୁ ସମ୍ପୃକ୍ତ ପକ୍ଷଙ୍କୁ କହୁଛୁ।
Image Source: Indian Expressବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଥିଲେ ଯେ ଦୁଇ ଏସୀୟ ପଡ଼ୋଶୀଙ୍କ ବିବାଦରେ ମଧ୍ୟସ୍ଥତା କରିବାକୁ ସେ ପ୍ରସ୍ତୁତ, ଇଚ୍ଛୁକ ଏବଂ ସମର୍ଥ।
ମଧ୍ୟସ୍ଥତା ନିମନ୍ତେ ଟ୍ରମ୍ପ୍ ପ୍ରସ୍ତାବ ଦେବା ଅଳ୍ପ ସମୟ ପୂର୍ବରୁ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ସାଓ ଲିଜିଆନ୍ ବେଜିଙ୍ଗ୍ରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଚୀନ୍-ଭାରତ ସୀମା ପରିସ୍ଥିତି ମୋଟାମୋଟି ସ୍ବାଭାବିକ ଏବଂ ନିୟନ୍ତ୍ରଣଯୋଗ୍ୟ।
Follow Us