ସିସିଲିରେ ସାମରିକ ଭିତ୍ତିଭୂମି ସ୍ଥାପନ କରିବ ଭାରତ, ପାରସ୍ପରିକ ସହଯୋଗ ପାଇଁ ସଂଶୋଧିତ ଚୁକ୍ତି ସ୍ୱାକ୍ଷରିତ

ସିସିଲିରେ ସାମରିକ ଭିତ୍ତିଭୂମି ସ୍ଥାପନ କରିବ ଭାରତ, ପାରସ୍ପରିକ ସହଯୋଗ ପାଇଁ ସଂଶୋଧିତ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ନାନା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଭାରତ ଏବଂ ସିସିଲି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଶନିବାର ଭିକ୍ଟୋରିଆ ଠାରେ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ସ୍ୱାକ୍ଷର କରିଥିବା ଏହି ରାଜିନାମା ଦ୍ୱାରା ସିସିଲିର ଆଜମ୍ପ୍‌ସନ୍‌ ଦ୍ୱୀପରେ ଭାରତ ନିଜର ସାମରିକ ଭିତ୍ତିଭୂମି ନିର୍ମାଣ କରିପାରିବ। ଫଳରେ ଭାରତ ମହାସାଗରରେ ଭାରତର ଉପସ୍ଥିତି ଏବଂ ପ୍ରଭାବ ଆହୁରି ବ୍ୟାପକ ହୋଇପାରିବ ବୋଲି କୁହାଯାଉଛି।

ଏଥି ସହିତ ସଂପୃକ୍ତ ଇଲାକାରେ ଉଭୟ ଦେଶର ସହଯୋଗରେ ଜଳଦସ୍ୟୁ ବିରୋଧୀ କାର୍ଯ୍ୟାନୁଷ୍ଠାନ, ସମ୍ପ୍ରସାରିତ ସାମୁଦ୍ରିକ ସମ୍ବଳ ବିନିଯୋଗ ସମେତ ବେଆଇନ ମାଛଧରା, ଡ୍ରଗ୍‌ସ ଓ ମାନବ ଚାଲାଣ ରୋକିବା ଦିଗରେ ତତ୍କାଳ ପଦକ୍ଷେପ ନିଆଯାଇପାରିବ। ଆଜମ୍ପ୍‌ସନ୍‌ ଦ୍ୱୀପରେ ଭାରତ ପକ୍ଷରୁ ନିର୍ମିତ ହେବାକୁ ଥିବା ଏହି ସାମରିକ ପ୍ରକଳ୍ପ ସିସିଲି ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ତାଙ୍କ ରାଷ୍ଟ୍ରପତି ଡାନି ଫାଉରେ କହିଛନ୍ତି। ଏହା ଦୁଇ ଦେଶର ନିବିଡ଼ତାକୁ ପ୍ରମାଣିତ କରିଛି।

ଏଥି ସହିତ ସିସିଲିର ବିକାଶ ଉଚ୍ଚାକାଂକ୍ଷାକୁ ଅନୁଭବ କରି ଭାରତ ପରି ରାଷ୍ଟ୍ର ସହଯୋଗ ପାଇଁ ଆଗେଇ ଆସିବା ସିସିଲି ପାଇଁ ଗର୍ବର ବିଷୟ ବୋଲି ଫାଉରେ କହିଛନ୍ତି। ସୂଚନା ଥାଉ କି, ପୂର୍ବରୁ ଏହି ଚୁକ୍ତିନାମା ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିସିଲି ଗସ୍ତ ବେଳେ ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ମାତ୍ର ସିସିଲିର ତତ୍କାଳୀନ ରାଷ୍ଟ୍ରପତି ଜେମ୍‌ସ ମାଇକେଲଙ୍କ ଯୋଗୁଁ ତାହା ତାଙ୍କ ସଂସଦରେ ଗୃହୀତ ହୋଇପାରିନଥିଲା। ପରେ ଭାରତର ବୈଦେଶିକ ସଚିବ ଜୟଶଙ୍କରଙ୍କ ଉଦ୍ୟମ ପରେ ଏଥିରେ କିଛି ସଂଶୋଧନ ଅଣାଯାଇ ତାହା ଉଭୟ ପକ୍ଷ ପାଇଁ ଗ୍ରହଣଯୋଗ୍ୟ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe