ସନାତନ ଧର୍ମକୁ ବିରୋଧ କରୁଥିବା ଦଳର ରାଜନୀତି ଶେଷ ହେବା ନିଶ୍ଚିତ: ଚୌହାନ

Advertisment
ସନାତନ ଧର୍ମକୁ ବିରୋଧ କରୁଥିବା ଦଳର ରାଜନୀତି ଶେଷ ହେବା ନିଶ୍ଚିତ: ଚୌହାନ

image- navbharattimes

ନୂଆଦିଲ୍ଲୀ: ସନାତନ ଧର୍ମକୁ ଯେଉଁମାନେ ବିରୋଧ କରୁଛନ୍ତି ସେମା‌ନଙ୍କ ରାଜନୀତି ଶେଷ ହେବା ନିଶ୍ଚିତ। ଗୁରୁବାର ଜନ୍ମାଷ୍ଟମୀ ଉତ୍ସବ ପାଳନ ଅବସରରେ ଏହା କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ନିକଟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ସମାଲୋଚନା କରିଥିଲେ। ଏହାର ଉଚ୍ଛେଦ ପାଇଁ ସେ ମତ ରକିଥିଲେ। ତାମିଲନାଡ଼ୁର ପ୍ରଗତିଶୀଳ ଲେଖକ ଏବଂ କଳାକାର ସଂଘର ଏକ ବୈଠକରେ ‌ଉଦବୋଧନ ଦେବା ଅବସରରେ ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, ମାଲେରିଆ ଏବଂ କରୋନା ଭାଇରସ ସହ ତୁଳନା କରିଥିଲେ।

ଏହା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଚୌହାନ ‘ଯଦା ଯଦା ହି ଧର୍ମସ୍ୟ’ ‌‌ଶ୍ଳୋକ ଆବୃତ୍ତି କରିଛନ୍ତି। ଏଥିସହିତ ଯେଉଁମାନେ ସନାତନ ଧର୍ମକୁ ବିରୋଧ କରୁଛନ୍ତି ସେମାନଙ୍କ ଶେଷ ନିଶ୍ଚିତ। ସନାତନ ଧର୍ମର କୌଣସି ଆରମ୍ଭ ନାହିଁ କିମ୍ବା ଶେଷ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe