ନ୍ୟାସନାଲ ହେରାଲଡ ଅଫିସ ସିଲ୍ ପରେ ପ୍ରଧାନମନ୍ତ୍ରୀଙ୍କ ଘର ଘେରିବ କଂଗ୍ରେସ

Advertisment

କଂଗ୍ରେସ ମୁଖ୍ୟାଳୟ ଆଗରେ ପୁଲିସ ଫୋର୍ସ ମୁତୟନ

କଂଗ୍ରେସ ମୁଖ୍ୟାଳୟ ଆଗରେ ପୁଲିସ ଫୋର୍ସ ମୁତୟନ

ନ୍ୟାସନାଲ ହେରାଲଡ ଅଫିସ ସିଲ୍ ପରେ ପ୍ରଧାନମନ୍ତ୍ରୀଙ୍କ ଘର ଘେରିବ କଂଗ୍ରେସ

indiatoday

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ବିଲଡିଂରେ ଅବସ୍ଥିତ ୟଙ୍ଗ ଇଣ୍ଡିଆ ଲିମିଟେଡ କାର୍ଯ୍ୟାଳୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଲ୍ କରିବା ପରେ ନୂଆଦିଲ୍ଲୀରେ ଥିବ‌ା କଂଗ୍ରେସ ମୁଖ୍ୟାଳୟ ବାହାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଭଳି ମୁଖ୍ୟାଳୟକୁ ରାସ୍ତା ବନ୍ଦ କରାଯିବାକୁ ନେଇ ତୀବ୍ର ବିରୋଧ କରିଛି କଂଗ୍ରେସ। କଂଗ୍ରେସ ନେତା ଅଜୟ ମାକନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଯାହା ପଦକ୍ଷେପ ନିଆଯାଉଛି, ତାହା କଂଗ୍ରେସକୁ ଭୟଭୀତ କରିବା ପାଇଁ କରାଯାଉଛି। ମୂଳ ପ୍ରସଙ୍ଗଗୁଡ଼ିକରୁ ଧ୍ୟାନକୁ ହଟାଇବାକୁ ଚେଷ୍ଟା କରୁଛି କେନ୍ଦ୍ର।

ସେ କହିଛନ୍ତି, "ଆମେ ୫ତାରିଖ ଦିନ ମୁଦ୍ରାସ୍ଫୀତି ବିରୋଧରେ ଦେଶବ୍ୟାପୀ ବିରୋଧ ଘୋଷଣା କରିଛୁ। କିନ୍ତୁ ଦିଲ୍ଲୀ ପୁଲିସ ତରଫରୁ କୁହାଯାଇଛି ଯେ, ୫ତାରିଖ ଦିନ ଆମେ କୌଣସି ବିରୋଧ ପ୍ରଦର୍ଶନ କରିପାରିବୁ ନାହିଁ। ଦିନରେ ଆମେ ଏହି ଚିଠି ପାଇଥିଲୁ ଏବଂ ସନ୍ଧ୍ୟାରେ ନ୍ୟାସନାଲ ହେରାଲ୍ଡ ବିଲଡିଂରେ ଅବସ୍ଥିତ ୟଙ୍ଗ ଇଣ୍ଡିଆ ଲିମିଟେଡ କାର୍ଯ୍ୟାଳୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଲ୍ କରିଥିଲା। ଆଉ ଏବେ କଂଗ୍ରେସ ମୁଖ୍ୟାଳୟ ବାହାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆମେ ଏହାର ବିରୋଧ କରିବୁ। ଆମେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଏବଂ ରାଜ୍ୟପାଳଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିବୁ"।

ତେବେ କଂଗ୍ରେସ ଏଭଳି ଦାବିକ ଖଣ୍ଡନ କରି କୌଣସି ଅଘଟଣକୁ ରୋକିବା ପାଇଁ ଜାତୀୟ ରାଜଧାନୀରେ ଦଳର ମୁଖ୍ୟାଳୟ ନିକଟରେ ସୁରକ୍ଷାକୁ ତ୍ୱରାନ୍ୱିତ କରାଯାଇଥିବା କହିଛି ଦିଲ୍ଲୀ ପୁଲିସ ।

ଅନ୍ୟପକ୍ଷରେ, ଏହି ପଦକ୍ଷେପକୁ ନେଇ କଂଗ୍ରେସ କେନ୍ଦ୍ରକୁ ଟାର୍ଗେଟ କରି ଟ୍ୱିଟ୍ କରିଛି। ଟ୍ବିଟରେ ଲେଖାଯାଇଛି ଯେ, "ସତ୍ୟର ସ୍ୱର ପୁଲିସକୁ ଦେଖି ଭୟ କରିବ ନାହିଁ। ଗାନ୍ଧୀଙ୍କ ଅନୁଗାମୀମାନେ ଏହି ଅନ୍ଧକାର ସହ ଲଢ଼ିବେ ଏବଂ ଜିତିବେ। ନ୍ୟାସନାଲ ହେରାଲ୍ଡଙ୍କ କାର୍ଯ୍ୟାଳୟକୁ ସିଲ୍ କରିବା ଓ କଂଗ୍ରେସ ମୁଖ୍ୟାଳୟ ଆଗରେ ପୁଲିସ୍ ଫୋର୍ସ ମୁତୟନ କରିବା ଏକଛତ୍ରବାଦୀ ଶାସନର ଭୟ ଏବଂ କ୍ରୋଧକୁ ଦର୍ଶାଉଛି। କିନ୍ତୁ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ନେଇ ଆମେ ପ୍ରଶ୍ନ ପଚାରି ଚାଲିବୁ।

ସୂଚନାଯୋଗ୍ୟ, ଅର୍ଥ ହେରଫେର ମାମଲାକୁ ନେଇ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟକୁ ସିଲ୍ କରିଛି ଇଡି। ଗତକାଲି ନ୍ୟାସନାଲ ହେରାଲ୍ଡ ଅଫିସ ସମେତ ୧୨ ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା। ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିବାର କିଛି ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ତାଜା ସୂଚନା ମୁତାବକ ଏହି କାର୍ଯ୍ୟାଳୟର ଏକ ଅଂଶକୁ ତଦନ୍ତର ଅଗ୍ରଗତି ଲାଗି ସିଲ୍ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe