ଉଡ଼ନ୍ତା ବିମାନ ମଧ୍ୟରେ ସିଗାରେଟ ଟାଣିବା ମହଙ୍ଗା ପଡ଼ିଲା; ଗିରଫ ହେଲେ ଯାତ୍ରୀ

Advertisment
ଉଡ଼ନ୍ତା ବିମାନ ମଧ୍ୟରେ ସିଗାରେଟ ଟାଣିବା ମହଙ୍ଗା ପଡ଼ିଲା; ଗିରଫ ହେଲେ ଯାତ୍ରୀ

ନୂଆଦିଲ୍ଲୀ: ଉଡ଼ନ୍ତା ବିମାନ ଭିତରେ ସିଗାରେଟ୍‌ ଟାଣିବା ଜନୈକ ଯାତ୍ରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଉଡ଼ନ୍ତା ବିମାନର ଶୌଚାଳୟ ମଧ୍ୟରେ ସିଗାରେଟ ଟାଣିବା ଅପରାଧରେ ଜନୈକ ଯାତ୍ରୀ ପୁଲିସ୍‌ ହାତରେ ଗିରଫ ହୋଇଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅହମ୍ମଦାବାଦରୁ ଗୋଆ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜନୈକ ଯାତ୍ରୀ ଯାତ୍ରା କରୁଥିଲେ। ତେବେ, ଯାତ୍ରାକାଳରେ ସଂପୃକ୍ତ ଯାତ୍ରୀ ଜଣକ ବିମାନ ଯାତ୍ରା କାଳୀନ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ବିମାନର ଶୌଚାଳୟ ମଧ୍ୟକୁ ଯାଇ ଧୂମ୍ରପାନ କରିଥିଲେ। ତେବେ, ସୁରକ୍ଷା ଦୃଷ୍ଟିରୁ ଏହା ଏକ ନିୟମ ବହିର୍ଭୂତ କାର୍ଯ୍ୟ ହେଶଇ ଥିବାରୁ ବିମାନର ପରିଚାଳିକା ଏ ସଂପର୍କରେ ଯେତେବେଳେ ଜାଣିବାକୁ ପାଇଲେ, ସେ କାଳ ବିଳମ୍ବ ନକରି ଘଟଣା ସଂପର୍କରେ ବିମାନର କ୍ୟାପଟେନ୍‌ଙ୍କୁ ଜଣାଇଥିଲେ। ବିମାନ ମଧ୍ୟରେ ସୁରକ୍ଷା ଦୃଷ୍ଟିରୁ ଧୂମ୍ରପାନ ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ବିମାନର କ୍ୟାପଟେନ୍‌ ସଙ୍ଗେ ସଙ୍ଗେ ଘଟଣା ସଂପର୍କରେ ଗୋଆ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଫଳରେ ଗୋଆ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ମାତ୍ରେ ଗୋଆ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱରେ ରହିଥିବା ସୁରକ୍ଷା କର୍ମୀମାନେ ସଂପୃକ୍ତ ଯାତ୍ରୀଙ୍କୁ ଗିରଫ କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe