ବନ୍ଦେ ଭାରତ ଯାତ୍ରୀଙ୍କ ଖାଦ୍ୟରେ ଅସରପା ବାହାରିବା ପରେ ଆଇଆରସିଟିସିର ପ୍ରତିକ୍ରିୟା

Advertisment
ବନ୍ଦେ ଭାରତ ଯାତ୍ରୀଙ୍କ ଖାଦ୍ୟରେ ଅସରପା ବାହାରିବା ପରେ ଆଇଆରସିଟିସିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଟ୍ରେନ ଓ ବିମାନରେ ଯା୍ତ୍ରା କରୁଥିବା ଯାତ୍ରୀଙ୍କ ଖାଦ୍ୟରେ କେତେବେଳେ ଅସରପା ତ କେ‌ତେବେଳେ ପୋକ ବାହାରିବା ଘଟଣା ପ୍ରାୟତଃ ସାମ୍ନାକୁ ଆସିଥାଏ। ଏନେଇ କର୍ତ୍ତୃପକ୍ଷ କ୍ଷମା ମାଗିବା ସହିତ ଦ୍ବିତୀୟଥର ଏମିତି ଘଟିବ ନାହିଁ ବୋଲି ପ୍ରତିଶ୍ରୃତି ‌ଦେଇଥାଆନ୍ତି। କିନ୍ତୁ କିଛିଦିନ ଗଲା ପରେ ପୁଣି ସମାନ ଘଟଣା ସାମ୍ନାକୁ ଆସିଥାଏ। ନିକଟରେ ଏମିତି ଅଭିଯୋଗ ନେଇ ପୁଣି ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଫଟୋ ସହିତ ପୋଷ୍ଟ ସେୟାର କରିଛନ୍ତି।

ଏକ୍ସରେ ବିଦିତ ବାଷ୍ଣୋୟ ଏକ ମୃତ  ଅସରପା ସହିତ ଖାଦ୍ୟର ଏକ ଫଟୋ ସେୟାର କରି ଲେଖିଛନ୍ତି, “ଆଜି ୧୮-୦୬-୨୪ ଦିନ ମୋର ଦାଦା ଏବଂ ଖୁଡ଼ି ଭୋପାଳରୁ ବନ୍ଦ ଭାରତରେ ଆଗ୍ରା ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ଦୁହେଁ  ଆଇଆରସିଟିସିରୁ ମଗାଇଥିବା ଖାଦ୍ୟରେ ମଲା ଅସରପା ପଡ଼ିଥିବା ଦେଖିବାକୁ ପାଇଥିଲେ। ଦୟାକରି ଖାଦ୍ୟ ବିତରଣ ଓ ପ୍ରସ୍ତୁତ କରୁଥିବା ବିଭାଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହିତ ଏପରି ଭୁଲ ଯେମିତି ଦ୍ବିତୀୟଥର ନହେଉ ସେଥିପାଇଁ ନିଶ୍ଚିତ କରାଯାଉ।

ଏହି ପୋଷ୍ଟର ଦୁଇଦିନ ପରେ ସରକାରୀ ସହାୟତା ପରିଚାଳନା ଆଇଆରସିଟିସିର ଅଫିସିଆଲ୍ ହ୍ୟାଣ୍ଡଲ୍ ଏକ୍ସରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ଲେଖିଛି ‘ସାର କ୍ଷମା ଚାହୁଛୁ। ଆପଣଙ୍କ ଦାଦା ଓ ଖୁଡ଼ିଙ୍କ ସହିତ ଯାତ୍ରା ସମୟରେ ଖାଦ୍ୟରେ ଅସରପା ବାହାରିବା ଘଟଣାକୁ ନେଇ ଆମେ ନିରାଶ ଅଛୁ। ଏହି ଘଟଣାକୁ ଗମ୍ଭୀରତା ସହ ନିଆଯାଇ ଯାଞ୍ଚ ଆରମ୍ଭ କରାଯାଇଛି। ଯାଞ୍ଚରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବ‌େ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଘଟଣାକୁ ନେଇ ଏକ୍ସ ବ୍ୟବହାରକାରୀ ନୀତୀଶ କୁମାର କହିଛନ୍ତି, “ଯଦି ଲୋକମାନେ କ୍ୟାଣ୍ଟିନର ସ୍ଥିତି ଦେଖିବେ ଯେଉଁଠାରେ ଖାଦ୍ୟ ପ୍ରସ୍ତୁତ ହୁଏ ତେବେ ମୁଁ ନିଶ୍ଚିତ ଯେ ଅଧିକାଂଶ ଲୋକ କଦାପି ଟ୍ରେନରେ ଖାଦ୍ୟ ଅର୍ଡର କରିବେ ନାହିଁ। ଯେତେବେଳେ ବି କୌଣସି ଯାତ୍ରୀ ଏଭଳି ଅଭିଯୋଗ ଆଣନ୍ତି ରେଳବାଇ କେବଳ ବିବରଣୀ ମାଗେ। ତା’ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe