Image Courtesy of India Today
ତ୍ରିଚୀ: ରବିବାର ଦିନ କଷ୍ଟମ୍’ ଅଧିକାରୀମାନେ ତ୍ରିଚୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କ ଟ୍ରଲି ବ୍ୟାଗ୍ରୁ ୪୭ଟି ସାପ ଓ ୨ଟି ଗୋଧି ଜବତ କରିଛନ୍ତି।
କୁଆଲାଲମ୍ପୁରରୁ ଆସିଥିବା ସେ ଯାତ୍ରୀଙ୍କୁ ମଧ୍ୟ ଅଟକ ରଖାଯାଇଛି। ତାଙ୍କର ନାମ ମହମ୍ମଦ ମୋଇଦୀନ୍ ବୋଲି ରିପୋର୍ଟ ମିଳିଛି।
‘ବାଟିକ୍ ଏୟାର୍ ଫ୍ଲାଇଟ୍’ରେ ଆସି ତ୍ରିଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ ‘କଷ୍ଟମ୍’ ଅଧିକାରୀମାନେ ମୋଇଦୀନ୍ଙ୍କୁ ଅଟକାଇ ଥିଲେ। ତାଙ୍କ ବ୍ୟାଗ୍ଗୁଡ଼ିକ ଅସ୍ବାଭାବିକ ଦିଶୁଥିବାରୁ ‘କଷ୍ଟମ୍’ ଅଧିକାରୀମାନଙ୍କର ସନ୍ଦେହ ହୋଇଥିଲା। ସେମାନେ ବ୍ୟାଗ୍ ଖୋଲି ଦେବାରୁ ସେଥିରୁ ବିଭିନ୍ନ ଆକାର ପ୍ରକାରର ଜିଅନ୍ତା ସରୀସୃପ ଥିବା ଜଣାପଡ଼ିଥିଲା। ସରୀସୃପଗୁଡ଼ିକୁ ଛିଦ୍ର କରାଯାଇଥିବା କେତେଗୁଡ଼ିଏ ‘ବକ୍ସ୍’ରେ ଲୁଚାଇ ରଖାଯାଇଥିଲା।
Representative Image Courtesy of New18ବନ ବିଭାଗ ଅଧିକାରୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଥିରୁ ୪୭ଟି ଅଜଗର ଓ ୨ଟି ଗୋଧି ଉଦ୍ଧାର କରିଥିଲେ। ନିୟମାନୁସାରେ, ଉକ୍ତ ସରୀସୃପଗୁଡ଼ିକୁ ପୁଣି ମାଲେସିଆ ପଠାଇବା ପାଇଁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।
‘କଷ୍ଟମ୍’ ଅଧିକାରୀମାନଙ୍କ ସୂଚନା ଅନୁସାରେ, ୩୧ ବର୍ଷିୟ ମୋଇଦୀନ୍ଙ୍କ ଘର ଚେନ୍ନାଇରେ। ତାଙ୍କୁ ‘କଷ୍ଟମ୍ସ୍ ଆକ୍ଟ୍’ ଅନୁଯାୟୀ ଗିରଫ କରାଯାଇଛି।
ମୋଇଦୀନ୍ଙ୍କୁ ଘଟଣା ସଂକ୍ରାନ୍ତରେ ଅଧିକ ଜେରା କରାଯିବ। ଏଥି ସହିତ ଘଟଣାର ଅଧିକ ତଦନ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।
Follow Us