Image Source: India Today
ନୂଆଦିଲ୍ଲୀ: ଏୟାର୍ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନରେ ଜଣେ ଯାତ୍ରୀ କରୋନାଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ସେଥିରେ ଥିବା ଅନ୍ୟ ୪୦ଜଣଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଛି। ଏୟାର୍ ଇଣ୍ଡିଆର ସେ ବିମାନରେ ସମୁଦାୟ ୩୬ଜଣ ଯାତ୍ରୀ ଓ ୪ଜଣ ପରିଚାରକ ଥିଲେ। ପଞ୍ଜାବ ସରକାରଙ୍କ ନିୟମ ଅନୁସାରେ ସମସ୍ତଙ୍କୁ ସରକାରୀ କ୍ବାରେଣ୍ଟିନ୍ରେ ରଖାଯାଇଛି।
ଏୟାର୍ ଇଣ୍ଡିଆ କହିଛି ଯେ ଆଲିଏନ୍ସ ଏୟାର୍ର ନିରାପତ୍ତା ବିଭାଗରେ କାର୍ଯ୍ୟରତ ସମ୍ପୃକ୍ତ ଯାତ୍ରୀଜଣକ ପେଡ୍ ଟିକେଟ୍ରେ ଯାତ୍ରା କରୁଥିଲେ। ପଞ୍ଜାବ ସରକାରଙ୍କ ନିୟମାନୁସାରେ ୩୬ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ ପରିଚାରକଙ୍କୁ ସରକାରୀ କ୍ବାରେଣ୍ଟିନ୍ରେ ରଖାଯାଇଛି।
Image Source: Livemintସମ୍ପୃକ୍ତ ଯାତ୍ରୀମାନେ ଏଆଇ ୯୧୮୩୭ ଦିଲ୍ଲୀ-ଲୁଧିଆନା ବିମାନରେ ଯାତ୍ରା କରୁଥିଲେ। ଏହି ବିମାନର ଏହା ଥିଲା ଦ୍ବିତୀୟ ଦିନର ଉଡ଼ାଣ।
ପୂର୍ବରୁ ଚେନ୍ନାଇରୁ କୋଏମ୍ବାଟୁର୍ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନର ଜଣେ ଯାତ୍ରୀ କୋରୋନାଭାଇରସ୍ ପଜିଟିଭ୍ ବୋଲି ଟେଷ୍ଟ୍ରୁ ଜଣାପଡ଼ିଥିଲା। ଫଳରେ ଇଣ୍ଡିଗୋ ସେ ବିମାନର ସମସ୍ତ ପରିଚାରକଙ୍କୁ ୧୪ ଦିନ ପାଇଁ ବିମାନର ଓହ୍ଲାଇ ଦେଇଛି। ସମ୍ପୃକ୍ତ ଯାତ୍ରୀଜଣଙ୍କୁ କୋଇମ୍ବାଟୁର୍ର ଇଏସ୍ଆଇ ଷ୍ଟେଟ୍ ମେଡିକାଲ୍ ଫେସିଲିଟିରେ କ୍ବାରେଣ୍ଟିନ୍ରେ ରଖାଯାଇଛି।
Follow Us