Image Courtesy of Zee News
ନୂଆଦିଲ୍ଲୀ: ଆଜି ନାଗପୁରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନର ‘ଏମର୍ଜେନ୍ସି ଡୋର୍’ ଖୋଲିବାକୁ ଉଦ୍ୟମ କରିଥିବା ଜଣେ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ‘ଏଏନ୍ଆଇ’ ରିପୋର୍ଟ କରିଛି।
‘ଏଏନ୍ଆଇ’ ରିପୋର୍ଟ ଅନୁସାରେ, ଉଡ଼ନ୍ତା ବିମାନଟି ଅବତରଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଯାତ୍ରୀଜଣକ ‘ଏମର୍ଜେନ୍ସି ଡୋର୍’ ବା ଜରୁରୀକାଳୀନ ଦ୍ବାର ର କଭର୍ ଖୋଲିବାକୁ ଉଦ୍ୟମ କରୁଥିବା ବେଳେ କ୍ରୁ’ମାନେ କ୍ୟାପ୍ଟେନ୍ଙ୍କୁ ସତର୍କ କରାଯିବା ପରେ ଯାତ୍ରୀମାନଙ୍କୁ ସତର୍କ କରାଇ ଦିଆଯାଇଥିଲା।
‘ଇଣ୍ଡିଗୋ ଏୟାର୍ଲାଇନ୍ସ୍’ କହିଛି ଯେ, ନାଗପୁରରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏଭଳି କାମ କରିଛନ୍ତି। ବିମାନଟି ଆକାଶରେ ଥାଇ ଅବତରଣ ପ୍ରକ୍ରିୟା ଆରମ୍ଭ କରୁଥିବା ବେଳେ ଯାତ୍ରୀଜଣକ ଜରୁରୀକାଳୀନ ଦ୍ବାରର କଭର୍ ଖୋଲିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କ୍ରୁ’ମାନେ କ୍ୟାପ୍ଟେନ୍ଙ୍କୁ ସୂଚନା ଦେବାରୁ ଯାତ୍ରୀମାନଙ୍କୁ ତଦନୁଯାୟୀ ସତର୍କ କରାଇ ଦିଆଯାଇଥିଲା।
Image Courtesy of NDTVବିମାନର ନିରାପଦ ଯାତାୟାତ ଘଟଣାରେ ସାଲିସ କରାଯିବ ନାହିଁ। ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଉକ୍ତ ଯାତ୍ରୀଙ୍କ ନାମରେ ‘ଏଫ୍ଆଇଆର୍’ ରୁଜୁ କରାଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ଆଜି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବାର ଅଳ୍ପ ସମୟ ପୂର୍ବରୁ ‘୬ଇ-୫୨୭୪’ ଇଣ୍ଡିଗୋ ବିମାନରେ ଉପରୋକ୍ତ ଘଟଣା ଘଟିଛି।
Follow Us