ୱାସିଂଟନରେ ଯାତ୍ରୀବାହୀ ବିମାନ-ସେନା ହେଲିକପ୍ଟର ଧକ୍କା: ୬୭ ମୃତ, ୨୮ ଶବ ଉଦ୍ଧାର

୬୪ ଜଣଙ୍କୁ ନେଇ ଯାଉଥିବା ଏକ ଆମେରିକୀୟ ଯାତ୍ରୀବାହୀ ବିମାନ ଗୁରୁବାର ସକାଳେ ୱାସିଂଟନ ନିକଟରେ ଏକ ସାମରିକ ହେଲିକପ୍ଟର ସହ ଧକ୍କା ହୋଇ ନିକଟସ୍ଥ ପୋଟୋମାକ୍ ନଦୀରେ ଖସିପଡ଼ିଛି।

ddgdgvx

ୱାସିଂଟନ: ୬୪ ଜଣଙ୍କୁ ନେଇ ଯାଉଥିବା ଏକ ଆମେରିକୀୟ ଯାତ୍ରୀବାହୀ ବିମାନ ଗୁରୁବାର ସକାଳେ ୱାସିଂଟନ ନିକଟରେ ଏକ ସାମରିକ ହେଲିକପ୍ଟର ସହ ଧକ୍କା ହୋଇ ନିକଟସ୍ଥ ପୋଟୋମାକ୍ ନଦୀରେ ଖସିପଡ଼ିଛି। ଉଭୟ ଜେଟ୍‌ ଓ ହେଲିକପ୍ଟରରେ ଥିବା ସମସ୍ତ ୬୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ନଦୀ ଭିତରୁ ୨୮ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ  ଅନ୍ୟମାନଙ୍କୁ ଖୋଜିବା ପାଇଁ ବ୍ୟାପକ ଅପରେସନ୍‌ ଜାରି ରହିଛି। 

ଆମେରିକୀୟ ଏୟାର୍‌ଲାଇନ୍ସର ଏକ ଆଞ୍ଚଳିକ ବିମାନ ଓ ୟୁଏସ୍‌ ଆର୍ମି ବ୍ଲାକ୍ ହକ୍ ହେଲିକପ୍ଟର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବିମାନଟି ୱାସିଂଟନ ଡିସି ନିକଟସ୍ଥ ରୋନାଲ୍ଡ ରେଗାନ୍ ୱାସିଂଟନ ଜାତୀୟ ବିମାନବନ୍ଦରକୁ ଆସୁଥିଲା। ବ୍ଲାକ୍ ହକ୍ ହେଲିକପ୍ଟରରେ ତିନି ଜଣ ସୈନିକ ଥିଲେ। ସେମାନଙ୍କ ସ୍ଥିତି ଅଜ୍ଞାତ ରହିଛି। ଉଭୟ ବିମାନ ପାଣିରେ ପଡ଼ିଛି ଏବଂ ଲୋକଙ୍କୁ ଉଦ୍ଧାର କରିବା ଉପରେ ଜୋର୍‌ ଦିଆଯାଉଛି। ଯାତ୍ରୀବାହୀ ବିମାନରେ ୬୦ ଯାତ୍ରୀ ଓ ୪ ଜଣ କର୍ମଚାରୀ ଏବଂ ସାମରିକ ହେଲିକପ୍ଟରରେ ୩ ଜଣ ସୈନିକ ଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ୱାସିଂଟନ ଡିସି ମେୟର ମୁରିଏଲ ବୋଜର କହିଛନ୍ତି। ଏହି ଘଟଣାକୁ ଦୃଷ୍ଟିରେ ରଖି ୱାସିଂଟନ ନିକଟସ୍ଥ ବିମାନ ବନ୍ଦରରୁ ସମସ୍ତ ଉଡ଼ାଣ ଓ ଅବତରଣକୁ ବନ୍ଦ କରି ଦିଆଯାଇଛି। ହ୍ୱାଇଟ୍ ହାଉସ୍ ଓ କ୍ୟାପିଟାଲଠାରୁ ମାତ୍ର ୫ କିଲୋମିଟର ଦକ୍ଷିଣରେ ଥିବା ବିଶ୍ୱର ସବୁଠାରୁ କଡ଼ା ନିୟନ୍ତ୍ରିତ ଆକାଶମାର୍ଗରେ ଏହି ଘଟଣା ଘଟିଛି। ଆମେରିକା ସେନାର ଜଣେ ଅଧିକାରୀ କହିଛନ୍ତି ଯେ ଏହାର ହେଲିକପ୍ଟର ଏକ ପ୍ରଶିକ୍ଷଣ ଉଡ଼ାଣରେ ଥିଲା। ନିକଟସ୍ଥ କେନେଡି ସେଣ୍ଟରରେ ଥିବା ଏକ ପର୍ଯ୍ୟବେକ୍ଷଣ କ୍ୟାମେରାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନଟି ଧକ୍କା ଖାଇ ନିଆଁ ଲାଗିଯାଇଛି।

ଆର୍ମି ହେଲିକପ୍ଟରକୁ ଦାୟୀ କଲେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶ୍ନ କରିଛନ୍ତି ଯେ ବିମାନ ପାଖେଇ ଆସୁଥିବା ବେଳେ ହେଲିକପ୍ଟର କାହିଁକି ଡାଇଭର୍ଟ କରାଗଲା ନାହିଁ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର କାହିଁକି ଏଭଳି ନିର୍ଦ୍ଦେଶ ଜାରି କଲେ। ପରିସ୍ଥିତିକୁ ଏଡ଼ାଇବା ଉଚିତ ଥିଲା ବୋଲି ସେ କହିଛନ୍ତି। ବିମାନଟି ବିମାନବନ୍ଦରକୁ ଯିବା ପାଇଁ ଏକ ସଠିକ୍ ଓ ନିୟମିତ ପଥରେ ଥିଲା। ଦୀର୍ଘ ସମୟ ଧରି ହେଲିକପ୍ଟରଟି ସିଧାସଳଖ ବିମାନ ଆଡ଼କୁ ଯାଉଥିଲା। ଏହା ରାତି ସମୟ ଥିଲା ଏବଂ ବିମାନର ଲାଇଟ୍ ଜଳୁଥିଲା, ହେଲିକପ୍ଟର ଦିଗ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା। କଣ୍ଟ୍ରୋଲ ଟାୱାର ହେଲିକପ୍ଟରକୁ ଡାଇଭର୍ଟ କରିବାକୁ ଆଦେଶ ଦେବା ଉଚିତ ଥିଲା ବୋଲି ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରିଛନ୍ତି। ଫେଡେରାଲ ଏଭିଏସନ୍ ଅଥରିଟି (ଏଫ୍ଏଏ) କହିଛି ଯେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଜାତୀୟ ପରିବହନ ନିରାପତ୍ତା ବୋର୍ଡ କହିଛି ଯେ ସେମାନେ ଏହି ଘଟଣା ବିଷୟରେ ଅଧିକ ସୂଚନା ସଂଗ୍ରହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe