🔴LIVE | Bilaspur Train Accident: ଛତିଶଗଡ଼ରେ ଛାତିଥରା ଟ୍ରେନ୍ ଦୁର୍ଘଟଣା: ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ୍, ୬ ମୃତ

ଛତିଶଗଡ଼ରୁ ଆସୁଛି ବଡ଼ ଖବର । ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ । ୨ଟି ଟ୍ରେନର ଭୟଙ୍କର ଧକ୍କା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ

train accident

train accident Photograph: (sambad.in)

ବିଳାସପୁର: ଛତିଶଗଡ଼ରୁ ଆସୁଛି ବଡ଼ ଖବର । ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନ୍ ଉପରେ ଚଢ଼ିଗଲା ଯାତ୍ରୀବାହୀ ଟ୍ରେନ । ୨ଟି ଟ୍ରେନର ଭୟଙ୍କର ଧକ୍କା ପରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳୁଛି । ତେବେ ଦୁର୍ଘଟଣାରେ ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।

ସେପଟେ ଆଜି ଦ୍ବିପହରେ ଏହି ବଡ଼ ଦୁର୍ଘଟଣା ହୋଇଛି । ବିଳାସପୁର ଷ୍ଟେସନ ନିକଟରେ ୪ଟା ବେଳେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପରେ ଉଦ୍ଧାର ଉଦ୍ୟମ ଜାରି ରହିଛି ।

ଦୁର୍ଘଟଣା ପରେ ଟ୍ରେନର ଅନେକ ବଗି କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାମ ଜାରି ରହିଥିବା ବେଳେ ମେଡିକାଲ ଟିମ୍ ସେଠାରେ ପହଞ୍ଚିଛନ୍ତି । ଦୁର୍ଘଟଣା ପରେ ଲାଇନଚ୍ୟୁତ ହୋଇଛି ଅନେକ ବଗି । 

ଏହି ଖବର ଅପଡେଟ୍ ହେଉଛି…

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe