ପାଇଲଟ୍‌ ଅସୁସ୍ଥ ହୋଇପଡ଼ିବା ପରେ ବିମାନ ଅବତରଣ କଲେ ଉଡ଼ାଣ ବିଷୟରେ ଧାରଣା ନ ଥିବା ଯାତ୍ରୀ

Advertisment
ପାଇଲଟ୍‌ ଅସୁସ୍ଥ ହୋଇପଡ଼ିବା ପରେ ବିମାନ ଅବତରଣ କଲେ ଉଡ଼ାଣ ବିଷୟରେ ଧାରଣା ନ ଥିବା ଯାତ୍ରୀ

Image Courtesy of BBC

ୱେଷ୍ଟ୍‌ ପାମ୍‌ ବିଚ୍‌: ଫ୍ଲୋରିଡାର ଆଟ୍‌ଲାଣ୍ଟିକ୍‌ ଉପକୂଳ ସମୁଦ୍ର ଉପରେ ଗୋଟାଏ ବିମାନର ପାଇଲଟ୍‌ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ଉଡ଼ାଣ ବିଷୟରେ ଆଦୌ ଧାରଣା ନ ଥିବା ଜଣେ ଯାତ୍ରୀ ବେତାରରେ ଜରୁରୀ ସହାୟତା ନିବେଦନ କରି ‘ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌’ମାନଙ୍କ ନିର୍ଦେଶମତେ ନିରାପଦରେ ଉକ୍ତ କ୍ଷୁଦ୍ର ବିମାନଟିକୁ ଅବତରଣ କରାଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ସେ ଯାତ୍ରୀଜଣକ କହିଛନ୍ତି, ମୁଁ ବଡ଼ ବିଷମ ପରିସ୍ଥିତିରେ ପଡ଼ିଯାଇଥିଲି। ‌ମୋ ପାଇଲଟ୍‌ ଅସୁସ୍ଥ ହୋଇ କଥା କହିପାରିଲେ ନାହିଁ। ବିମାନ ଉଡ଼ାଣ ସମ୍ବନ୍ଧରେ ବି ମୋର ଧାରଣା ନ ଥିଲା।

ଫୋର୍ଟ ପିୟର୍ସରେ ଥିବା ଜଣେ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌ ଉକ୍ତ ଯାତ୍ରୀଙ୍କୁ ପଚାରିଲେ କି, ସେ ଏକକ ଇଞ୍ଜିନ୍‌ବିଶିଷ୍ଟ ‘ସେସ୍‌ନା ୨୮୦’ ଅବସ୍ଥିତି ବିଷୟରେ ଜାଣନ୍ତି କି? ଯାତ୍ରୀଜଣକ କହିଲେ, ମୋର ସେ ବିଷୟରେ ଧାରଣା ନାହିଁ। କିନ୍ତୁ, ମୋ ସାମ୍ନାରେ ଥିବା ଫ୍ଲୋରିଡା ଉପକୂଳ ବି ମୁଁ ଦେଖିପାରୁନାହିଁ।

publive-image The Sydney Morning Herald

‘ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ ଅନୁସାରେ, ଉକ୍ତ କ୍ଷୁଦ୍ର ବିମାନରେ ଜଣେ ପାଇଲଟ୍‌ ଏବଂ ଦୁଇଜଣ ଯାତ୍ରୀ ଥିଲେ। ସରକାରୀ ଅଧିକାରୀମାନେ ସେମାନଙ୍କ ମଧ୍ୟରୁ କାହାରି ପରିଚୟ ପାଇ ପାରିନାହାନ୍ତି।

ବିମାନଟି ଫ୍ଲୋରିଡା ଆକାଶରେ ଉଡୁଥିବାରୁ ଯାତ୍ରୀଙ୍କୁ ବିମାନ ଚାଳନା ବିଷୟରେ ସୂଚନା ଦେଇ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌ କ୍ରିଷ୍ଟୋଫର୍‌ ଫ୍ଲୋର୍ସ କହିଲେ କି, ବିମାନର ଦୁଇ ଡେଣା ସମତୁଲ ରଖି ଉତ୍ତର କି, ଦକ୍ଷିଣ ଉପକୂଳ ଧାରେ ଧାରେ ବିମାନ ଉଡ଼ାନ୍ତୁ।

ସେତେବେଳକୁ ବିମାନଟି ବୋକା ରାଟୋନ୍‌ ଉପ‌ର ଦେଇ ଉତ୍ତର ଦିଗକୁ ଗତି କରୁଥିଲା। ବେତାରରେ ସେ ଯାତ୍ରୀଙ୍କ ପାଟି ମଧ୍ୟ କ୍ଷୀଣ ଶୁଭୁଥିଲା। ତେଣୁ, ଭଲଭାବେ କଥାବର୍ତ୍ତା କରିବା ଲାଗି ୨୦ ବର୍ଷର ଅଭିଜ୍ଞତା ଥିବା ରବର୍ଟ ମୋର୍ଗାନ୍‌ ନାମରେ ଆଉ ଜଣେ କଣ୍ଟ୍ରୋଲର୍‌ ଯାତ୍ରୀଙ୍କ ଠାରୁ ମୋବାଇଲ୍‌ ନମ୍ବରଟି ମାଗିନେଲେ ଓ କିଭଳି ବିମାନଟିକୁ ନିରାପଦରେ ଅବତରଣ କରାଇବେ ସେ ବିଷୟରେ ବୁଝାଇ ଦେଲେ।

ଏଥର ବିମାନଟି ନିରାପଦରେ ଅବତରଣ କଲା ଏବଂ ଜଣେ କଣ୍ଟ୍ରୋଲର୍‌ କହିଲେ, ସାବାସ୍‌ ନୂଆ ପାଇଲଟ୍‌। ଏହାପରେ ସେମାନେ ବିମାନରେ ଅସୁସ୍ଥ ହୋଇପଡ଼ିଥିବା ପାଇଲଟ୍‌ଙ୍କୁ ଡାକ୍ତରଖାନା ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe