ଡିଜି ଯାତ୍ରାରେ ଯାତ୍ରୀଙ୍କ ତଥ୍ୟ ନିଜ ମୋବାଇଲରେ ଥାଏ: କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

ଡିଜି ଯାତ୍ରାରେ ଯାତ୍ରୀଙ୍କ ତଥ୍ୟ ନିଜ ମୋବାଇଲରେ ଥାଏ: କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

The Hindu

ନୂଆଦିଲ୍ଲୀ : ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ ସେମାନଙ୍କ ନିଜ ମୋବାଇଲରେ ଗଚ୍ଛିତ ହୋଇ ରହିଥାଏ। ଏହା କୌଣସି କେନ୍ଦ୍ରୀୟ ଭଣ୍ଡାରଣ ପଦ୍ଧତି ଜରିଆରେ ରୁହେ ନାହିଁ। ଯାତ୍ରୀଙ୍କ ବ୍ୟକ୍ତିଗତ ଚିହ୍ନଟ ଯୁକ୍ତ ତଥ୍ୟ (ପିଆଇଆଇ) ଓ ସମସ୍ତ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ସେମାନଙ୍କ ସ୍ମାର୍ଟଫୋନରେ ଗଚ୍ଛିତ ହୋଇ ରହିଥାଏ। ଏହା କେବଳ ଯାତ୍ରୀ ଓ ଯାତ୍ରା କରୁଥିବା ବିମାନ ବନ୍ଦର ମଧ୍ୟରେ ସୀମିତ ଥାଏ, ଯାହାଫଳରେ ଯାତ୍ରୀଙ୍କ ଡିଜି ଯାତ୍ରା ଆଇଡିର ବୈଧତା ଯାଞ୍ଚ କରାଯାଇଥାଏ। ବିମାନଯାତ୍ରା କରିବାର ୨୪ଘଣ୍ଟା ମଧ୍ୟରେ ଏହି ତଥ୍ୟ ବିମାନଘାଟି ସୂତ୍ରରୁ ଛଡା ଯାଇଥାଏ। ଏହି ତଥ୍ୟକୁ ଯାତ୍ରୀ ସିଧାସଳଖ ସେୟାର କରିଥାନ୍ତି। ଗୋପନୀୟତା ଦୃଷ୍ଟିରୁ ଏହି ତଥ୍ୟକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ଏହି ପ୍ରକ୍ରିୟା ଇଚ୍ଛାଧୀନ ଏବଂ ସହଜ। ବୁଧବାର ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ଉତ୍ତର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe