ଏଣିକି ଉଦ୍ଧାର ସମୟରେ ନିୟୋଜିତ ହେଉଥିବା ହେଲିକ୍ଟରକୁ ଅର୍ଥ ପୈଠ କରିବେ ଫସିଯାଇଥିବା ଯାତ୍ରୀ

ଏଣିକି ଉଦ୍ଧାର ସମୟରେ ନିୟୋଜିତ ହେଉଥିବା ହେଲିକ୍ଟରକୁ ଅର୍ଥ ପୈଠ କରିବେ ଫସିଯାଇଥିବା ଯାତ୍ରୀ

ଡେରାଡୁନ: ଉତ୍ତରଖଣ୍ଡ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଶନିବାର ଏକ ଅଧିସୂଚନା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ବିପର୍ଯ୍ୟାୟ ସମୟରେ ଲୋକଙ୍କ ଉଦ୍ଧାର ପାଇଁ ନିୟୋଜିତ ହେଲିକ୍ଟରକୁ ଯାତ୍ରୀମାନେ ଅର୍ଥ ପୈଠ କରିବେ।

ଉତ୍ତରଖଣ୍ଡର ବେସାମରିକ ବିମାନ ଚଳାଚଳ ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଜାରି ହୋଇଥିବା ସୂଚନାପତ୍ରରେ କୁହାଯାଇଛି ଯେ, ବିପର୍ଯ୍ୟାୟ ସମୟରେ ଉଦ୍ଧାରକାରୀ ଅଭିଯାନ ଜରିଆରେ ପିଥୋରଗଡ଼ରେ ହେଲିକ୍ଟରର ଲାଭ ଉଠାଇଥିବା ସାଧାରଣ ଯାତ୍ରୀଙ୍କ ପିିଛା ଶୁଳ୍କ ରହିଛି ୩,୧୦୦ ଟଙ୍କା, ଏହା ସହିତ ଅତିରିକ୍ତ ଜିଏସ୍‌ଟି ବି ଲାଗିବ।

publive-image

ଏହି ନିର୍ଦ୍ଦେଶ ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦର୍‌ ସିଂହ ରାଓ୍ଵତ ଜାରି କରିଛନ୍ତି। ସାଧାରଣ ଲୋକଙ୍କୁ ଆହୁରି ବି ସୂଚୀତ କରାଯାଇଛି ଯେ ଆବଶ୍ୟକ କ୍ଷେତ୍ରରେ ଶୁଳ୍ପ ପରିମାଣରେ ପରିବର୍ତ୍ତନ ମଧ୍ୟ ଅଣାଯିବ। ବର୍ତ୍ତମାନ ଯେଉଁ ପରିମାଣ ଧାର୍ଯ୍ୟ କରାଯାଇଛି ତାହା ଅନ୍ତିମ ନୁହେଁ।

ଇତିହାସରେ ଏହା ପ୍ରଥମ। ପ୍ରଥମ ଥର ପାଇଁ କୌଣସି ରାଜ୍ୟର ଲୋକଙ୍କ ଉପରେ ଉଦ୍ଧାର ପାଇଁ ବି ଅର୍ଥ ଦାବି କରୁଛି। ପୂର୍ବରୁ ଏପରି କୌଣସି ରାଜ୍ୟରେ ଦେଖିବାକୁ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe