ସୁସ୍ଥ, ସମୃଦ୍ଧ ବିଶ୍ବ ନିର୍ମାଣ ପାଇଁ ପତଞ୍ଜଳି ପ୍ରତିବଦ୍ଧ: ରାମଦେବ

Advertisment
ସୁସ୍ଥ, ସମୃଦ୍ଧ ବିଶ୍ବ ନିର୍ମାଣ ପାଇଁ ପତଞ୍ଜଳି ପ୍ରତିବଦ୍ଧ: ରାମଦେବ

ହରିଦ୍ବାର : ସୋସାଇଟି ଫର କଞ୍ଜର୍ଭେସନ ଆଣ୍ଡ୍‌ ରିସୋର୍ସ ଡେଭେଲପ୍‌ମେଣ୍ଟ୍‌ ଅଫ୍ ମେଡିସିନାଲ୍ ପ୍ଲାଣ୍ଟ୍‌, ନୂଆଦି ଓ ନାବାର୍ଡ ଡେରାଡୁନ ସହଯୋଗରେ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ ଓ ପତଞ୍ଜଳି ବିଶ୍ବବିଦ୍ୟାଳୟ, ହରିଦ୍ବାର ପକ୍ଷରୁ ‘ପାରମ୍ପରିକ ଭାରତୀୟ ଚିକିତ୍ସାର ଆଧୁନିକୀକରଣ: ଜନ ସ୍ବାସ୍ଥ୍ୟ ଓ ଉଦ୍ୟୋଗ ପରିପ୍ରେକ୍ଷୀ’ ବିଷୟ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅବସରରେ ପତଞ୍ଜଳିର ମୁଖ୍ୟ ତଥା ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ଯେ ବୈଭବରେ ପୂର୍ଣ୍ଣ ଭାରତ ଓ ଏକ ସୁସ୍ଥ, ସୁଖି ଓ ସମୃଦ୍ଧ ବିଶ୍ବ ନିର୍ମାଣ ଲାଗି ପତଞ୍ଜଳି ପ୍ରତିବଦ୍ଧ। ଆଚାର୍ଯ୍ୟ ବାଲକୃଷ୍ଣଙ୍କ ୫୦ତମ ଜନ୍ମଦିନ ଉପଲକ୍ଷେ ଆୟୋଜିତ ଏହି ସମ୍ମିଳନୀରେ ସୋସାଇଟି ଫର କଞ୍ଜର୍ଭେସନ ଆଣ୍ଡ୍‌ ରିସୋର୍ସ ଡେଭେଲପ୍‌ମେଣ୍ଟ୍‌ ଅଫ୍ ମେଡିସିନାଲ୍ ପ୍ଲାଣ୍ଟ୍‌ର ଅଧ୍ୟକ୍ଷ ଡ. ଏ କେ ଭଟ୍ଟନାଗର ଓ ସଚିବ ପ୍ରଫେସର ଜି ବି ରାଓଙ୍କ ଦ୍ବାରା ବାବା ରାମଦେବଙ୍କୁ ମହର୍ଷି ଶୁଶ୍ରୁତ ସମ୍ମାନ ଓ ଆଚାର୍ଯ୍ୟଙ୍କୁ ମହର୍ଷି ବାଗଭଟ୍ଟ ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ ପତଞ୍ଜଳିର ବିଭିନ୍ନ ସଫଳତାକୁ ସାରା ବିଶ୍ବ ଅନୁଭବ କରୁଛି। ଚାଷୀମାନଙ୍କୁ ଜୈବିକ କୃଷି ଉପରେ ପ୍ରଶିକ୍ଷଣ ଦେବା ପାଇଁ ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି। ବର୍ତମାନ ସୁଦ୍ଧା ପ୍ରଶିକ୍ଷଣ ପାଇଥିବା ୪୦ ହଜାର ଚାଷୀଙ୍କ ମଧ୍ୟରୁ ୮୦ ପ୍ରତିଶତ ନିଜର ଆୟ ବଢ଼ାଇପାରିଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଆୟୋଜନ କମିଟିର ଅଧ୍ୟକ୍ଷ ଡ. ବେଦପ୍ରିୟା ଆର୍ଯ୍ୟ, ନିତି ଆୟୋଗ ସଦସ୍ୟ ପ୍ରଫେସର ରମେଶ ଚନ୍ଦ୍ର, ନାବାର୍ଡର ପ୍ରଫେସର ଭାସ୍କର ପନ୍ତ, କୃଷି ବିଶେଷଜ୍ଞ ଦେବେନ୍ଦ୍ର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୨୧ଟି ଦେଶ ହଜାର ହଜାର ଅଂଶଗ୍ରହଣକାରୀ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe