କୋଭିଡ୍‌ରେ ଆଖି ବୁଜିଲେ ପତଞ୍ଜଳି ଦୁଗ୍ଧ ବ୍ୟବସାୟର ମୁଖ୍ୟ

କୋଭିଡ୍‌ରେ ଆଖି ବୁଜିଲେ ପତଞ୍ଜଳି ଦୁଗ୍ଧ ବ୍ୟବସାୟର ମୁଖ୍ୟ

NewsBust India

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସଂସ୍ଥାର ଦୁଗ୍‌ଧ ବ୍ୟବବସାୟର ମୁଖ୍ୟ ସୁନୀଲ ବଂଶାଲଙ୍କର ଗତ ୧୯ ତାରିଖରେ କୋଭିଡ୍‌-୧୯ରେ ପରଲୋକ ଘଟିଥିବା ସଂସ୍ଥା ପକ୍ଷରୁ ଗତକାଲି(୨୪ ତାରିଖ) ସ୍ପଷ୍ଟ କରାଯାଇଛି। ଅପରପକ୍ଷେ, ମୃତ୍ୟୁ ପୂର୍ବରୁ ୫୭ ବର୍ଷୀୟ ସୁନୀଲ୍‌ଙ୍କର ରାଜସ୍ଥାନର ଜୟପୁର ସ୍ଥିତ ଏକ ଡାକ୍ତରଖାନାରେ ଚାଲିଥିବା ଆଲୋପାଥି ଚିକିତ୍ସାରେ ପତଞ୍ଜଳି ସଂସ୍ଥାର କୌଣସି ଭୂମିକା ନାହିଁ ବୋଲି ସଫେଇ ଦିଆଯାଇଛି।

ଦୁଗ୍‌ଧ ବିଜ୍ଞାନରେ ଜଣେ ବିଶେଷଜ୍ଞ ଥିବା ସ୍ବର୍ଗତ ବଂଶାଲ ୨୦୧୮ ଜାନୁଆରିରେ ପତଞ୍ଜଳିର ଦୁଗ୍‌ଧ ବ୍ୟବସାୟରେ ଯୋଗଦେଇଥିଲେ। ନିକଟରେ କୋଭିଡ୍‌-୧୯ ଓ ଆଲୋପାଥି ଔଷଧ ଉପରେ ନକାରାତ୍ମକ ଟିପ୍ପଣୀ କରି ବାବା ରାମଦେବ ବିବାଦୀୟ ହୋଇପଡ଼ିଥିବା ବେଳେ ତାଙ୍କ ଆୟୁର୍ବେଦୀୟ ସଂସ୍ଥାର ଜଣେ ପ୍ରମୁଖ ଅଧିକାରୀଙ୍କର ଏପରି ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe