୪ ମାସ ମଧ୍ୟରେ ୨୫୦ କୋଟି ଟଙ୍କାର ‘କରୋନିଲ୍‌’ ବିକ୍ରି କରିଛି ପତଞ୍ଜଳି

Advertisment
୪ ମାସ ମଧ୍ୟରେ ୨୫୦ କୋଟି ଟଙ୍କାର ‘କରୋନିଲ୍‌’ ବିକ୍ରି କରିଛି ପତଞ୍ଜଳି

www.indiatoday.in

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ବିରୋଧରେ ଲଢ଼େଇ କରିବାକୁ ବାବା ରାମଦେବଙ୍କ ଆୟୁର୍ବେଦ ସଂସ୍ଥା ‘ପତଞ୍ଜଳି’ ପ୍ରସ୍ତୁତ କରିଥିବା ‘କରୋନିଲ୍‌’ ‌୪ ମାସ ମଧ୍ୟରେ ୨୫ ଲକ୍ଷ କିଟ୍‌ ବିକ୍ରି କରିଛି। ଏହି କିଟ୍‌ର ଦାମ ପ୍ରାୟ ୨୫୦ କୋଟି। ଅର୍ଥାତ ପତଞ୍ଜଳି ୪ ମାସ ମଧ୍ୟରେ ‘କରୋନିଲ୍‌’ ବିକ୍ରି କରି ୨୫୦ କୋଟି ଟଙ୍କା ବ୍ୟବସାୟ କରିଛି ବୋଲି ସୂତ୍ରରୁ ଜଣାପଡ଼ିଛି।

ଅକ୍ଟୋବର ୧୮ ତାରିଖ ସୁଦ୍ଧା ପତଞ୍ଜଳି ୨୫୦ କୋଟି ଟଙ୍କାର ବ୍ୟବସାୟ କରିଛି ବୋଲି ଜାଣିବାକୁୁ ମିଳିଛି। ଜୁନ୍‌ ୨୩ ତାରିଖରେ କରୋନା ମୁକାବିଲା ପାଇଁ ସଂସ୍ଥ‌ା ‘କରୋନିଲ୍‌’ ବାହାର କରିଥିଲା। ସେହି ସମୟରେ ବାବା ରାମଦେବଙ୍କର ଏହି ଔଷଧ ବିବାଦ ଉପୁଜାଇଥିଲା। ପତଞ୍ଜଳି ଲୋକଙ୍କୁ ମିଛ କହି ଠକିବା ସହ ଲୋକଙ୍କ ଭାବପ୍ରବଣତା ସହ ଖେଳୁଛି ବୋଲି ଅଭିଯୋଗ ହୋଇଥିଲା।

publive-image
Quartz

ବିବାଦ ଉପୁଜିବା ପରେ ଆୟୁଷ ମନ୍ତ୍ରାଳୟ ପତଞ୍ଜଳିକୁ କରୋନିଲ୍‌ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ମାଗିଥିଲା। ତା’ପରେ ସନ୍ତୋଷଜନକ ତଥ୍ୟ ନମିଳିବାରୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଔଷଧର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା।

ପରେ, ପତଞ୍ଜଳି କରୋନିଲକୁ କରୋନା ଭାଇରସର ଚିକିତ୍ସା ପାଇଁ ନୁହେଁ, ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ବୋଲି ଘୋଷଣା କରିଥିଲା। କରୋନିଲ ବିଜ୍ଞାପନରେ କରୋନା ଭାଇରସ୍ ଉପଚାର ଭାବରେ ନିଷେଧାଦେଶ ଲଗାଇବା ପରେ ଆୟୁଷ ମନ୍ତ୍ରାଳୟ ଏହାକୁ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଔଷଧ ଭାବେ ଅନୁମତି ଦେଇଥିଲା। କିନ୍ତୁ କୋଭିଡ -୧୯ ଉପଶମ ପାଇଁ ନୁହେଁ ବୋଲି ଘୋଷଣା କରିଥିଲା। ଯେହେତୁ କରୋନିଲ ବିକ୍ରୟ କରିବାକୁ ଅନୁମତି ଦିଆ ଯାଇଥିଲା, ପତଞ୍ଜଳି ୨୫୦ କୋଟି ଟଙ୍କା ମୂଲ୍ୟର ୨୫ ଲକ୍ଷ କିଟ୍ ବିକ୍ରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe