କେନ୍ଦ୍ର ହାତକୁ ଯାଇପାରେ ପଟୌଦୀ ପରିବାରର ୧୫ ହଜାର କୋଟି ଟଙ୍କାର ସଂପତ୍ତି

Advertisment

ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ହେବା ପରେ ଏବେ ପଟୌଦୀ ପରିବାରର ସଂପତ୍ତିକୁ ନେଇ ଖୋଳତାଢ଼ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପଟୌଦି ପରିବାରର ୧୫,୦୦୦ କୋଟି ଟଙ୍କାର ପୈତୃକ ସମ୍ପତ୍ତି ରହିଛି।

ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ହେବା ପରେ ଏବେ ପଟୌଦୀ ପରିବାରର ସଂପତ୍ତିକୁ ନେଇ ଖୋଳତାଢ଼ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପଟୌଦି ପରିବାରର ୧୫,୦୦୦ କୋଟି ଟଙ୍କାର ପୈତୃକ ସମ୍ପତ୍ତି ରହିଛି।

www.indiatoday.in

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ହେବା ପରେ ଏବେ ପଟୌଦୀ ପରିବାରର ସଂପତ୍ତିକୁ ନେଇ ଖୋଳତାଢ଼ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପଟୌଦି ପରିବାରର ୧୫,୦୦୦ କୋଟି ଟଙ୍କାର ପୈତୃକ ସମ୍ପତ୍ତି ରହିଛି। ଏହା ମଧ୍ୟରୁ ଅଧିକାଂଶ ଭୋପାଳରେ ଅଛି। ତେବେ ଏବେ ଶୁଣିବାକୁ ମିଳୁଛି ଯେ ଏହି ସମ୍ପତ୍ତି ଉପରୁ କୋର୍ଟ ସ୍ଥଗିତାଦେଶ ଉଠାଇ ନେବା ପରେ ଏହା କେନ୍ଦ୍ର ନିୟନ୍ତ୍ରଣକୁ ଆସିପାରେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମଧ୍ୟପ୍ରଦେଶ ହାଇକୋର୍ଟ ସୈଫ୍‌ଙ୍କ ପୈତୃକ ସମ୍ପତ୍ତି ଉପରେ ଲଗାଯାଇଥିବା ସ୍ଥଗିତାଦେଶକୁ ଉଠାଇ ଦେଇଛନ୍ତି। 

ଆଇନ ଅନୁଯାୟୀ, ୧୯୪୭ ମସିହାରେ ବିଭାଜନ ପରେ ପାକିସ୍ତାନକୁ ଚାଲିଯାଇଥିବା ବ୍ୟକ୍ତିବିଶେଷଙ୍କ ମାଲିକାନାରେ ଥିବା ସମ୍ପତ୍ତିକୁ କେନ୍ଦ୍ର ସରକାର ଦାବି କରିପାରିବେ।

ଜାଣିରଖନ୍ତୁ ଯେ ୨୦୨୪ ମସିହା ଡିସେମ୍ବର ୧୩ ତାରିଖରେ ହାଇକୋର୍ଟର ଏକ ଖଣ୍ଡପୀଠ ପଟୌଦି ପରିବାରକୁ ୩୦ ଦିନ ମଧ୍ୟରେ ସେମାନଙ୍କର ପକ୍ଷ ଉପସ୍ଥାପନ କରିବାକୁ କହିଥିଲେ। ତେବେ ଜାନୁଆରି ୨୧ ତାରିଖ ସୁଦ୍ଧା ପରିବାର ଏପରି କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। 

ଅସ୍ପଷ୍ଟତା ହେତୁ ଭୋପାଳ ଜିଲ୍ଲା ପ୍ରଶାସନ ଏପରି ଘଟଣା ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲା। ତଥାପି, ଭୋପାଳ କଲେକ୍ଟର କୌଶଳେନ୍ଦ୍ର ବିକ୍ରମ ସିଂହ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସ୍ପଷ୍ଟ ହେବା ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe