ପାକିସ୍ତାନୀ ରେଞ୍ଜର୍ସମାନେ ଉଠାଇ ନେଇଥିବା ବିଏସଏଫ୍ ଯବାନଙ୍କ ଅନ୍ତସତ୍ତ୍ବା ପତ୍ନୀଙ୍କୁ ମିଳିଲା ପ୍ରତିଶ୍ରୁତି

ପାକ୍ ରେଞ୍ଜର୍ସଙ୍କ କବଳରେ ଥିବା ଯବାନଙ୍କ ଅନ୍ତସତ୍ତ୍ବା ପତ୍ନୀଙ୍କୁ ବିଏସଏଫ ଅଧିକାରୀମାନେ ଦେଲେ ସନ୍ତୋଷଜନକ ପ୍ରତିଶ୍ରୁତି। ପ୍ରତିଶ୍ରୁତି ପାଇବା ପରେ ‌ଘରକୁ ଫେରି ଆସିଛନ୍ତି ଯବାନଙ୍କ ପତ୍ନୀ।

fadsf

ଫିରୋଜପୁର: ପଞ୍ଜାବର ଫିରୋଜପୁରରେ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ଜଣେ ବିଏସଏଫ (ସୀମା ସୁରକ୍ଷା ବଳ) ଯବାନ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭୁଲବଶତଃ ସୀମା ପାର କରିଦେଇଥିଲେ । ଫଳରେ ପାକିସ୍ତାନୀ ରେଞ୍ଜର୍ସମାନେ ବିଏସଏଫ୍ ଯବାନଙ୍କୁ ଘଟଣାସ୍ଥଳରୁ  ଉଠାଇନେଇଥିଲେ।

ଏହି ଘଟଣା ପରେ ବିଏସଏଫ୍ ଅଧିକାରୀମାନେ ସୀମାରେ ଯବାନଙ୍କୁ ମୁକ୍ତ କରିବା ପାଇଁ ପାକ୍ ରେଞ୍ଜର୍ସଙ୍କ ସହ କ୍ରମାଗତ ଭାବେ ଆଲୋଚନା ଜାରି ରଖିଛନ୍ତି। ‌ପାକ୍ ରେଞ୍ଜର୍ସଙ୍କ କବଳରେ ଥିବା ଯବାନଙ୍କ ପରିବାର ଭୋକ‌ଶୋଷ ସବୁଭୁଲି ଯାଇଛନ୍ତି। କେମିତି ପୁଅ ଘରକୁ ସୁରକ୍ଷିତ ଭାବେ ଫେରିବ ସେ ଚିନ୍ତାରେ ଭଗବାନଙ୍କ ନିକଟରେ ଦିନରାତି ପ୍ରାର୍ଥନା କରୁଛନ୍ତି।

ଏଥିସହିତ ଘରେ ଥିବା ଯବାନଙ୍କ ଅନ୍ତସତ୍ତ୍ବା ପତ୍ନୀ ବି ବିଚଳିତ ହୋଇଯାଇଛନ୍ତି। ସ୍ବାମୀଙ୍କ ଚିନ୍ତାରେ ସେ ଠିକ ଭାବେ ଖିଆପିଆ ବି କରୁନାହାନ୍ତି। ଗତ ସୋମବାର ପୂର୍ଣ୍ଣମ କୁମାର ସାଁଙ୍କ ପତ୍ନୀ ରଜନୀ ସାଁ ତାଙ୍କ ସ୍ୱାମୀଙ୍କ ସୁରକ୍ଷା ଏବଂ ମୁକ୍ତିର ଖବର ପାଇବା ପାଇଁ ପଶ୍ଚିମବଙ୍ଗର ରିଶ୍ରାରୁ ପଞ୍ଜାବର ପଠାନକୋଟରେ ପହଞ୍ଚିଥିଲେ।

 ପଞ୍ଜାବରେ ପହଞ୍ଚିବା ପରେ ରଜନୀ ଫିରୋଜପୁରରେ ବିଏସଏଫର କମାଣ୍ଡିଂ ଅଫିସରଙ୍କୁ ଭେଟିଥିଲେ। ବିଏସଏଫ ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ରଜନୀ ତାଙ୍କ ପରିବାର ସହିତ କୋଲକାତା ଫେରି ଆସିଛନ୍ତି।

କୋଲକାତା ଯିବା ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତାରେ ରଜନୀ କହିଥିଲେ, ‘ମୋତେ ବିଏସଏଫ ଅଧିକାରୀଙ୍କଠାରୁ ସନ୍ତୋଷଜନକ ପ୍ରତିଶ୍ରୁତି ମିଳିଛି। କମାଣ୍ଡିଂ ଅଧିକାରୀମାନେ ମୋତେ ସୂଚନା ଦେଇ କହିଛନ୍ତି ଯେ ପାକିସ୍ତାନ ରେଞ୍ଜର୍ସଙ୍କ ସହ ଆଲୋଚନା ଚାଲିଛି ଏବଂ ସମାଧାନର ସମ୍ଭାବନା ଦେଖାଯାଉଛି। ମୋ ସ୍ୱାମୀ ସୁରକ୍ଷିତ ଅଛନ୍ତି ଏବଂ ସେ ଶୀଘ୍ର ଫେରି ଆସିବେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe