ପଟିଆଲା ଜେଲରେ ସମାନ ବ୍ୟାରେକରେ ରହୁଛନ୍ତି ସିଦ୍ଧୁ-ଦଲେର ମେହନ୍ଦୀ, ଗୀତ ଗାଇବା ଓ ରାଜନୀତି ଛାଡ଼ି କରିବେ ଏହି କାମ

Advertisment
ପଟିଆଲା ଜେଲରେ ସମାନ ବ୍ୟାରେକରେ ରହୁଛନ୍ତି ସିଦ୍ଧୁ-ଦଲେର ମେହନ୍ଦୀ, ଗୀତ ଗାଇବା ଓ ରାଜନୀତି ଛାଡ଼ି କରିବେ ଏହି କାମ

tribuneindia

ଚଣ୍ଡୀଗଡ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଏବଂ ପଞ୍ଜାବର ପ୍ରସିଦ୍ଧ କଣ୍ଠଶିଳ୍ପୀ ଦଲେର ମେହନ୍ଦୀ ବର୍ତ୍ତମାନ ପଟିଆଲାର ସେଣ୍ଟ୍ରାଲ ଜେଲରେ ଅଛନ୍ତି। ଉଭୟଙ୍କୁ ସମାନ ବ୍ୟାରେକରେ ରଖାଯାଇଛି। ସିଦ୍ଧୁଙ୍କ ବର୍ଷେ ଜେଲଦଣ୍ଡ ମିଳିଥିବା ବେଳେ ଦଲେରଙ୍କୁ ୨ବର୍ଷ ଜେଲଦଣ୍ଡ ମିଳିଛି। ଏବେ ଦୁହିଁଙ୍କୁ ଜେଲରେ କିଛି ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି। ସିଦ୍ଧୁଙ୍କୁ ଜେଲରେ କିରାଣୀ ଚାକିରି ମିଳିଥିବା ବେଳେ ଦଲେରଙ୍କୁ ଗୁମାସ୍ତା ଦାୟିତ୍ୱ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦୩ରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୧ଟି ମାମଲା ରୁଜୁ ହୋଇଥିଲା। ମାନବ ଚାଲାଣ ନେଇ ତାଙ୍କ ବିରୋଧରେ ଏତଲା ରୁଜୁ ହେବା ପରେ ୨୦୧୮ରେ ଏହା ଶୁଣାଣି କରିଥିଲେ ପଟିଆଲା କୋର୍ଟ। ଶୁଣାଣି ସମୟରେ କଣ୍ଠଶିଳ୍ପୀଙ୍କୁ ୨ବର୍ଷ ଜେଲ ଦଣ୍ଡ ଦେଇଥିଲେ କୋର୍ଟ । ହେଲେ ପଟିଆଲା କୋର୍ଟ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହନ୍ଦୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ହେଲେ ଜୁଲାଇ ୧୪ରେ ପଟିଆଲା କୋର୍ଟ ୨୦୧୮ ଦଣ୍ଡାଦେଶ ପରେ ଏହି ମାମଲାର ଏକ ସମୀକ୍ଷା ଶୁଣାଣି କରିଥିଲେ। ଏହି ଶୁଣାଣି ପରେ ଏବେ ଦଲେର ମେହନ୍ଦୀଙ୍କୁ ପୁଣି ଥରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଅନ୍ୟପକ୍ଷରେ, ୧୯୮୮ ଡିସେମ୍ବର ୨୭ରେ ସିଦ୍ଧୁ ଏବଂ ତାଙ୍କର ଜଣେ ସହଯୋଗୀ ରୁପିନ୍ଦର ସିଂହ ସନ୍ଧୁଙ୍କର ଗୁର୍‌ନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ଗାଡ଼ି ପାର୍କିଂକୁ ନେଇ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ଏବଂ ତାଙ୍କ ସହଯୋଗୀ ୬୫ ବର୍ଷୀୟ ଗୁର୍‌ନାମ ସିଂହଙ୍କୁ ଚାପୁଡ଼ା ଓ ଧକ୍କା ମାରିଥିଲେ। ଗୁରନାମ ସିଂହଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷ ସଶ୍ରମ ବର୍ଷ ଜେଲ୍‌ଦଣ୍ଡ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe