india tv
ନାଗପୁର: ଏକ ଅଭାବନୀୟ ଘଟଣାକ୍ରମରେ ଆଜି ନାଗପୁର ସରକାରୀ ହସ୍ପିଟାଲ୍ରେ ଜଣେ ୮୧ ବର୍ଷୀୟ କରୋନା ରୋଗୀ ଆତ୍ମହତ୍ୟା କରିଦେଇଛନ୍ତି। ମେଡିକାଲ୍ ଇନ୍ଚାର୍ଜ୍ ଡାକ୍ତର କାଞ୍ଚନ ୱାଙ୍ଖଡେ କହିଛନ୍ତି, ରୋଗୀ ଜଣଙ୍କ କୋଭିଡ୍ ୱାର୍ଡରେ ଚିକିତ୍ସାଧୀନ ଥିଲେ। ତେବେ ବାଥରୁମ୍ରେ ସେ ଅକ୍ସିଜେନ୍ ପାଇପ୍ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି। ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲ୍ରେ ରୋଗୀଙ୍କ ଭିଡ଼ ବଢ଼ୁଛି। ଫଳରେ ଏବେ ବେଡ୍ ଅଭାବ ଦେଖାଦେଇଛି। ନାଗପୁରର ଏକ ହସ୍ପିଟାଲ୍ରେ ଗୋଟିଏ ବେଡ୍ରେ ୨ ଜଣ ରୋଗୀ ଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ନାଗପୁର ଏବେ କରୋନାର ନୂଆ ହଟ୍ସ୍ପଟ୍ ପାଲଟିଛି। ସୋମବାର ନାଗପୁରରେ ୩,୧୦୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ଏବଂ ୫୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।
  
 Follow Us