୯,୫୦୦ଟଙ୍କା ପାଇଁ ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀଙ୍କ ଗଳା କାଟି ହତ୍ୟା କଲେ ଡାକ୍ତରଖାନା କର୍ମଚାରୀ

Advertisment
୯,୫୦୦ଟଙ୍କା ପାଇଁ ଡାକ୍ତରଖାନାରେ ଭର୍ତ୍ତି ଥିବା ରୋଗୀଙ୍କ ଗଳା କାଟି ହତ୍ୟା କଲେ ଡାକ୍ତରଖାନା କର୍ମଚାରୀ

ଚେନ୍ନାଇ : ଟଙ୍କା ପାଇଁ ରାକ୍ଷସ ପାଲଟିଲା ମଣିଷ | ଯେଉଁଠି ଲୋକଙ୍କୁ ନୂଆ ଜୀବନ ମିଳେ ବୋଲି କୁହାଯାଏ, ସେଠାରେ ଗୋଟେ ଜୀବନ ଦୀପକୁ ଲିଭାଇ ଦିଆଯିବ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ମାତ୍ର କେଇ ଟଙ୍କା ପାଇଁ ଜଣେ ଡାକ୍ତରଖାନା କର୍ମଚାରୀ ରୋଗୀଙ୍କ ଗଳା କାଟି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି |

ମିଳିଥିବା ସୂଚନା ମୁତାବକ, ମେ ୨୩ରେ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରୁ ସୁମିତା (୪୧) ନିଖୋଜ ହୋଇଯାଇଥିଲେ। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ତାଙ୍କ ସ୍ୱାମୀ ମୌଲି ମେ ୩୧ରେ ପୁଲିସରେ ଅଭିଯୋଗ କରିଥିଲେ। କିଛି ଦିନ ପରେ ଡାକ୍ତରଖାନା କର୍ମଚାରୀମାନେ ସରକାରୀ ଡାକ୍ତରଖାନା କମ୍ପ୍ଲେକ୍ସର ଟାୱାର ୩ର ଅଷ୍ଟମ ମହଲାରେ ଏକ ମୃତଦେହ ପାଇଥିଲେ। ମୃତଦେହକୁ ଶବଗୃହକୁ ସ୍ଥାନାନ୍ତର କରିବା ପରେ ପୁଲିସ ମୌଲିଙ୍କୁ ମୃତଦେହଟି ତାଙ୍କ ପତ୍ନୀଙ୍କର କି ନାହିଁ ଚିହ୍ନଟ କରିବାକୁ ଡାକିଥିଲେ | ମୃତଦେହରେ ଥିବା ପୋଷାକକୁ ଦେଖି ମୃତଦେହଟି ତାଙ୍କ ପତ୍ନୀଙ୍କର ବୋଲି ମୌଲି ଚିହ୍ନଟ କରିଥିଲେ |

How to donate your body to science Popular Science

ତଦନ୍ତ ହେବା ପରେ ହତ୍ୟାକାରୀ ଡାକ୍ତରଖାନାର ଚୁକ୍ତିଭିତ୍ତିକ କର୍ମଚାରୀ ରାଧାଦେବୀ ବୋଲି ଜଣାପଡିଥିଲା | ସୁମିତାଙ୍କ ପାଖରେ ୯,୫୦୦ଟଙ୍କା ଥିବା ଜାଣି ଚୋରି କରିବା ପାଇଁ ସେ ସୁମିତାଙ୍କୁ ହତ୍ୟା କରିଥିଲେ | ସ୍କାନ ହେବାର ଅଛି ବୋଲି କହି ହ୍ୱିଲ ଚେୟାରରେ ରାଧାଦେବୀ ସୁମିତାଙ୍କୁ ସର୍ଭିସ ଲିଫ୍ଟ ବ୍ୟବହାର କରି ୮ମ ମହଲାକୁ ନେଇଥିଲେ | ସେଠାରେ ଲିଫ୍ଟରୁ ବାହାରିବା ପୂର୍ବରୁ ସେ ସୁମିତାଙ୍କ ଗଳା କାଟି ହତ୍ୟା କରିଥିଲେ | ହତ୍ୟା କରି ପରେ ସୁମିତାଙ୍କ କେବିନକୁ ଆସି ୯,୫୦୦ଟଙ୍କା ଏବଂ ଫୋନ ନେଇ ଫେରାର ହୋଯାଇଥିଲେ ରାଧାଦେବୀ | ପ୍ରକୃତ ଘଟଣା ଜଣାପଡିବା ପରେ ଏବେ ରାଧାଦେବୀଙ୍କୁ ଗିରଫ କରିଛି ପୁଲିସ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe