ଚିକିତ୍ସା ପାଇଁ ଆସିଥିବା ବେଳେ ଡାକ୍ତରଙ୍କ ପାଦ ତଳେ ଉଡ଼ିଗଲା ଅଟୋ ଚାଳକଙ୍କ ପ୍ରାଣବାୟୁ

ଚିକିତ୍ସା ପାଇଁ ଆସିଥିବା ବେଳେ ଡାକ୍ତରଙ୍କ ପାଦ ତଳେ ଉଡ଼ିଗଲା ଅଟୋ ଚାଳକଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ଗତକିଛିବର୍ଷ ହେବ ଯୁବକମାନଙ୍କର ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ ଦେଖା ଦେଇଛି କାମ କରୁଥିବା ବେଳେ, ବସିଥିବା ବେଳେ ହେଉ କି ‌ଦୋକାନ ସାମ୍ନାରେ କିଛି ସାମଗ୍ରୀ କିଣୁଥିବା ବେଳେ ହଠାତ ହୃତଘାତର ଶିକାର ହୋଇ ବ୍ୟକ୍ତିଙ୍କ ପ୍ରାଣବାୟୁ ଉଡି ଯାଇଥ‌ାଏ।

ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରୁ ସାମ୍ନାକୁ ଆସିଛି। ଇନ୍ଦୋରର ଶିବାଜୀନଗର ଅଞ୍ଚଳରେ ରହୁଥିବା ସୋନୁ ମତକରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତେଣୁ ‌ସେ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲରେ ଡାକ୍ତର ତାଙ୍କ ଚିକିତ୍ସା କରୁଥିବା ବେଳେ ସୋନୁ ହୃତଘାତର ଶିକାର ହୋଇଥିଲେ। କେହି କିଛି ବୁଝବା ପୂର୍ବରୁ ସେ ଡାକ୍ତରଙ୍କ ପାଦତଳେ ଟଳିପଡ଼ିଥିଲେ।

ଏହି ଘଟଣାକୁ ଡାକ୍ତର ସୁୟଶ ଠାକୁର କହିଛନ୍ତି, ‘ସୋନୁ ଅଟୋ ଚାଳକ ଭାବେ କାମ କରନ୍ତି। ଗତ ରାତିରେ ସେ ମୋ ପାଖକୁ ଆସି ନିଶ୍ବାସ ନେବାରେ ଅସୁବିଧା ହେବା ସହିତ ପେଟରେ ଯନ୍ତ୍ରଣା ହେବାକଥା କହିଥିଲେ। ମୁଁ ତାଙ୍କର ଚିକିତ୍ସା ଆରମ୍ଭ କରୁଥିବା ବେଳେ ସେ ହଠାତ ଟଳି ପଡ଼ିଥିଲେ। ତାଙ୍କୁ ସିପିଆର ବି ଦିଆଯାଇଥିଲା କିନ୍ତୁ କୌଣସି ପ୍ରକାର ଲାଭ ମିଳି ନଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe