ଛୁଟି ନମିଳିବାରୁ ଚାପଗ୍ରସ୍ତ ହୋଇ ଜୀବନ ହାରିଦେଲେ ଏଏସଆଇ

ଅନେକ ଚେଷ୍ଟା ପରେ ଛୁଟି ନମଳିବାରୁ ପାଟନାର ଏକତା ଭବନରେ ରହୁଥିବା ଏଏସଆଇ ସିଂହ କୁଶୱାହା ଗୁଳି କରି ହାରି ଦେଇଛନ୍ତି ଜୀବନ। ପରିବାରଲୋକ ଅଭିଯୋଗ ଆଣି କହିଛନ୍ତି, ‘ଏହା ହତ୍ୟା ନା ଆତ୍ମହତ୍ୟା ତାହାର କରାଯାଉ ତଦନ୍ତ।

ପନପ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।  ଏଠାରେ ଜଣେ ଏଏସଆଇ ନିଜକୁ ଗୁଳି କରି ଜୀବନ ହାରି ଦେଇଛନ୍ତି। ମୃତ ଏଏସଆଇଙ୍କ ନାମ ସିଂହ କୁଶୱାହା ବୋଲି ଜଣାପଡ଼ିଛି। 

ସୂଚନାଯୋଗ୍ୟ, ପାଟନାର ଏକତା ଭବନ ନିକଟରେ ଗୋଟିଏ ଛାତ ତଳେ ଅନେକ ପୁଲିସ କର୍ମଚାରୀ ଏକାଠି ବସବାସ କରିଥାଆନ୍ତି। ଏହି ଭବନରେ ଏଏସଆଇ ଜୀବନ ହାରି ଦେଇଛନ୍ତି। ମୃତ ସିଂହ କୁଶୱାହା ବିବାହିତ ଥିଲେ। ତାଙ୍କର ଦୁଇ ସନ୍ତାନ ବି ଅଛନ୍ତି। 

ସିଂହ କୁଶୱାହାଙ୍କ ଭଣଜା ବିକାଶ କୁମାର ମାମୁଁଙ୍କ ଜୀବନ ହାରିବା ଘଟଣାକୁ ନେଇ କହିଛନ୍ତି, ‘ମାମୁଁଙ୍କ କୌଣସି ଅସୁବିଧା ନଥିଲା। ସେ ବେଶ ହସଖୁସିଭରା ମଣିଷଟିଏ ଥିଲେ। ମାମୁଁ କିଛିଦିନ ହେବ ଘରକୁ ଆସିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ଛୁଟି ମିଳୁ ନଥିଲା। ଯେଉଁଥିପାଇଁ ସେ ଚିଡଚିଡ଼ ପ୍ରକୃତିର ହୋଇ ଯାଇଥିଲେ। ଫୋନ କଲେ ବିରକ୍ତ ହୋଇଯାଉଥିଲେ।  ଅନେକ ଚେଷ୍ଟାପରେ ଛୁଟି ନମିଳିବାରୁ ଶେଷରେ ଚାପଗ୍ରସ୍ତ ହୋଇ ମାମୁଁ ନିଜକୁ ଗୁଳି କରି ଜୀବନ ହାରି ଦେଇଛନ୍ତି।’।

ସିଂହ କୁଶୱାହାଙ୍କ ବାପା ଅଭିଯୋଗ କରି କହିଛନ୍ତି, ‘ପୁଅ ଜୀବନ ହାରିଛି ନା ତାକୁ କିଏ ହତ୍ୟା କରିଛନ୍ତି ମୁଁ କିଛି ଜାଣି ପାରୁ ନାହିଁ। କାରଣ ସେ ନିଜକୁ ଗୁଳି କରିବାର ୨ଘଣ୍ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଯେମିତି ପଡ଼ି ରହିଥିଲା। ତାକୁ କେହି ବି ହସ୍ପିଟାଲ ନେଇ ଯାଇ ନଥିଲେ। ହୁଏ ତ ଠିକ ସମୟରେ ତାକୁ ହସ୍ପିଟାଲ ନେଇଥିଲେ ଆଜି ତାର ଜୀବନ ବଞ୍ଚି ଯାଇଥାଆନ୍ତା। ପୁଅ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୋର ଅନୁରୋଧ। ପୁଅ ମୃତ୍ୟୁର ବାସ୍ତବ କାରଣ କ’ର ତାହାକୁ ସାମ୍ନାକୁ ଅଣାଯାଉ।’ 

ଅଧିକପଢ଼ନ୍ତୁ:ଆଖି ବୁଜିଲା ବନବିଭାଗର ପୋଷା ହାତୀ ‘ଯଶୋଦା’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe